ଏରିକ୍‌ସନ ମାମଲାରେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସମେତ ଦୁଇ ନିବେଶକ ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଏରିକ୍‌ସନ ମାମଲାରେ ଶିଳ୍ପପତି ଅନୀଲ ଅମ୍ବାନୀ ଓ ରିଲିଏନ୍‌ସ କମ୍ୟୁନିକେସନ୍‌ର ଦୁଇଜଣ ନିବେଶକଙ୍କୁ ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅମ୍ବାନୀଙ୍କ ବ୍ୟତୀତ ରିଲାଏନ୍‌ସ ଟେଲିକମ୍‌ର ଅଧ୍ୟକ୍ଷ ସତୀଶ ସେଠ୍‌ ଓ ରିଲାଏନ୍‌ସ ଇନ୍‌ଫ୍ରାଟେଲର ଅଧ୍ୟକ୍ଷା ଛାୟା ବିରାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନ୍ୟାୟାଳୟ ଆଗାମୀ ୮ ସପ୍ତାହ ମଧ୍ୟରେ ଏରିକସନକୁ ୪୫୩ କୋଟି ଟଙ୍କା ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତା’କରି ନ ପାରିଲେ,ତିନି ମାସର ଜେଲଦଣ୍ଡ ଭୋଗିବେ ଅଭିଯୁକ୍ତ ବୋଲି ମଧ୍ୟ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ତିନିଜଣଙ୍କୁ ଏକ ଏକ କୋଟି ଟଙ୍କାର ଜରିମାନା ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଏକ ମାସ ଭିତରେ ଜରିମାନା ଦାଖଲ ନ କଲେ ସେମାନଙ୍କୁ ୩୦ ଦିନ ପାଇଁ ଜେଲ୍‌ ଯିବାକୁ ପଡିବ ବୋଲି କହିଛନ୍ତି ନ୍ୟାୟାଳୟ। ବିଚାରପତି ଏଫ୍‌ ନରିମନ୍‌ ଓ ବିନୀତ ସରନ୍‌ ଫେବୃଆରି ୧୩ ତାରିଖରେ ନିଜର ରାୟକୁ ସୁରକ୍ଷିତ ରଖିଥିଲେ।

ସମ୍ବନ୍ଧିତ ଖବର