ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଆଜି ରାତି ୧୨ଟାରୁ ପୂରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତିନି ସପ୍ତାହ ଅର୍ଥାତ ୨୧ ଦିନ ଧରି ଏହି ଲକ୍ ଡାଉନ୍ ଜାରି ରହିବ। ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ ତାଙ୍କ ସୂଚନାରେ ଏହା ସ୍ପଷ୍ଟ କରିଛନ୍ତି ଯେ ଲୋକମାନଙ୍କ ଲାଗି ଅତ୍ୟାବଶ୍ୟକୀୟ ସେବା ଉପଲବ୍ଧ ହେବ। ଜନସାଧାରଣଙ୍କ ଦୈନନ୍ଦିନ ଜୀବନରେ ଯେପରି ଅସୁବିଧା ନ ହେବ ତାହାର ଯତ୍ନ ନିଆଯିବ। ଆସନ୍ତା ୨୧ ଦିନ ମଧ୍ୟରେ ସଉଦା ଦୋକାନ, ବ୍ୟାଙ୍କ, ଏଟିଏମ୍, କ୍ଷୀର ଓ ପରିବା ଦୋକାନ, ଔଷଧ ଦୋକାନ ଆଦି ଖୋଲା ରହିବ। ସ୍ବାସ୍ଥ୍ୟସେବା ମଧ୍ୟ ଜାରି ରହିବ। ଏଥିସହ ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ମଧ୍ୟ କାର୍ଯ୍ୟକରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୌଳିକ ସେବା ପରିଚାଳନା ସମ୍ଭନ୍ଧିତ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ। କେବଳ ପରିବହନ ସଂପୂର୍ଣ୍ଣ ରୂପେ ବନ୍ଦ ରହିବ।
We are making efforts that there is no difficulty in daily life. We are taking all steps to ensure continuous essential supplies : PM @narendramodi #COVID19 #CoronavirusLockdown
— PIB India (@PIB_India) March 24, 2020
ଆଜି ସକାଳେ ରାଜ୍ୟ ସରକାର ପୂରା ରାଜ୍ୟରେ ଲକଡାଉନ୍ ଘୋଷଣା କରିସାରିଛନ୍ତି। ଏହା ମଧ୍ୟ ରାତି ୧୨ଟା ଠାରୁ ବଳବତ୍ତର ହେବ ବୋଲି ଘୋଷଣା ହୋଇଥିଲା। ତେବେ ତାଲା ବନ୍ଦ କଟକଣା ସତ୍ୱେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ ଓ ଜରୁରୀ ସେବା ଖୋଲା ରହିବ ବୋଲି ସୂଚନା ଦେଇଥିଲେ ରାଜ୍ୟ ସରକାରଙ୍କର ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ। ନିମ୍ନୋକ୍ତ ଦୋକାନ ଓ ସଂସ୍ଥା ଚାଲୁ ରହିବ ବୋଲି ସେ ଘୋଷଣା କରିଥିଲେ।
– ଡାକ୍ତରଖାନା, କ୍ଲିନିକ୍, ପାଥୋଲ୍ୟାବ୍ ଏବଂ ଔଷଧ ଦୋକାନ
– ପୁଲିସ୍, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ, ଓଡ୍ରାଫ୍
– ବିଦ୍ୟୁତ, ପାଣି ଓ ମ୍ୟୁନିସିପାଲଟି ସେବା
– କରୋନା ସଚେତନତା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା
– ଫଳ, କ୍ଷୀର ପାଉଁରୁଟି, ବିସ୍କୁଟ ଓ ଅନ୍ୟାନ୍ୟ ବେକରୀ ଦୋକାନ
– ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ
– ବ୍ୟାଙ୍କ, ଏଟିଏମ୍ ଓ ପେଟ୍ରୋଲ ପମ୍ପ
– ଏବଂ ମିଲ୍କ ବୁଥ୍