ଜାଣିଛନ୍ତି କି ! ନିର୍ବାଚନ ପରେ ଇଭିଏମ କଣ କରାଯାଏ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହୋଇଛି | ତେବେ ଏହି ସମୟରେ ଇଭିଏମକୁ ନେଇ ବେଶ ତୁମ୍ବିତୋଫାନ ମଧ୍ୟ ସୃଷ୍ଟି ହୋଇଥିଲା | ୯୦ କୋଟି ଭୋଟରଙ୍କ ପାଇଁ ନିର୍ବାଚନ କମିସନ ଲକ୍ଷାଧିକ ଇଭିଏମର ବ୍ୟବସ୍ଥା କରିଥିଲେ | ଏଠାରେ ପ୍ରଶ୍ନ ଉଠୁଛି ନିର୍ବାଚନ ସରିବା ପରେ ଏସବୁ ଇଭିଏମକୁ କଣ କରାଯାଏ | ନିର୍ବାଚନ ସରିବା ପରେ ଓ ବିଜୟୀ ଘୋଷଣା ପରେ ଷ୍ଟ୍ରଙ୍ଗ ରୁମରେ ଏସବୁକୁ ରଖାଯାଏ | ପୁଣି ଥରେ ଷ୍ଟ୍ରଙ୍ଗ ରୁମରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ସିଲ୍ କରାଯାଏ |

ନିର୍ବାଚନ କମିସନର ଜଣେ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଫଳ ଘୋଷଣାର ୪୫ ଦିନ ଯାଏଁ କୌଣସି ପ୍ରାର୍ଥୀ ଯଦି ଚାହିଁବେ ପୁନଃ ଗଣନା ପାଇଁ ଆବେଦନ କରିପାରିବେ | ୪୫ ଦିନ ପରେ ପୁଣି ମତଗଣନା ପାଇଁ ଆବେଦନ କରିପାରିବେ ନାହିଁ | କେନ୍ଦ୍ର ଓ ରାଜ୍ୟର ସୁରକ୍ଷାବଳଙ୍କ ସାହାଯ୍ୟରେ ଏସବୁ ଇଭିଏମ ୪୫ ଦିନ ପାଇଁ ଏସବୁର ସୁରକ୍ଷା କରିଥାନ୍ତି | ପରେ ନିର୍ଵାଚନ କମିସନଙ୍କ ଇଂଜିନିୟରମାନେ ଇଭିଏମର ଯାଞ୍ଚ କରିଥାନ୍ତି | ସବୁ ଠିକ ଜଣାପଡିବା ପରେ ପରବର୍ତ୍ତୀ ମତଦାନ ପାଇଁ ସକ୍ଷମ ବୋଲି ଘୋଷଣା କରାଯାଇଥାଏ | ଏହାପରେ ଆଉ ଯେଉଁଠି ନିର୍ବାଚନ ହେବାକୁ ଥାଏ, ସେଠାକୁ ପଠାଯାଏ |

ସମ୍ବନ୍ଧିତ ଖବର