ଇଭିଏମ୍‌ ଜାଲିଆତି ପ୍ରସଙ୍ଗ: ବାଲଟ୍‌ ପେପର୍‌ ପ୍ରଚଳନ ପାଇଁ ବିରୋଧୀ ଦଳଙ୍କ ଦାବି

ନୂଆଦିଲ୍ଲୀ: ଇଭିଏମ୍‌ ଜାଲିଆତି ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ବିଭିନ୍ନ ବିରୋଧୀ ଦଳର ବରି‌ଷ୍ଠ ନେତାମାନେ ବୈଠକ କରିଛନ୍ତି। ଇଭିଏମ୍‌ ଜାଲିଆତି ପ୍ରସଙ୍ଗରେ ଏକ ମିଳିତ ରଣନୀତି ପ୍ରସ୍ତୁତି ନେଇ କଂଗ୍ରେସ ପକ୍ଷରୁ ଏହି ବୈଠକ ଡକାଯାଇଥିଲା। କିଛି ବିରୋଧୀ ଦଳ ପୁନର୍ବାର ବାଲଟ୍‌ ପେପର ଫେରାଇ ଆଣିବାପାଇଁ ଦାବି କରିଛନ୍ତି। ବୈଠକରେ କ‌ଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ନ୍ୟାସନାଲ୍‌ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ସପା ନେତା ରାମ ଗୋପାଳ ଯାଦବ, ବିଏସ୍‌ପି ନେତା ସତୀଶ ଚନ୍ଦ୍ର ମିଶ୍ର, ଡିଏମ୍‌କେ ନେତ୍ରୀ କାନିମୋଝି, ଆାରଜେଡି ନେତା ମନୋଜ ଝା, ଆପ୍‌ ନେତା ସଂଜୟ ସିଂହ, ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧୁରୀଙ୍କ ସମେତ ୩୦ରୁ ଅଧିକ ନେତା ଆଜିର ବୈଠକରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର