ସେନାର ରାଜନୀତିକରଣକୁ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ କୌଣସି ପତ୍ର ଲେଖିନଥିବା କହିଲେ ପୂର୍ବତନ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ସେନାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଅଭିଯୋଗ କରି ରାଷ୍ଟ୍ରପତି ତଥା ଦେଶର ତିନିସେନାର ସୁପ୍ରିମ କମାଣ୍ଡର ରାମନାଥ କୋବିନ୍ଦଙ୍କୁ ପ୍ରାୟ ୧୫୩ ରୁ ଅଧିକ ପୂର୍ବତନ ସେନା ଅଧିକାରୀ ପତ୍ର ଲେଖିଛନ୍ତି । କିନ୍ତୁ ଏବେ ଏହି ପତ୍ରକୁ ନେଇ ବିବାଦ ଦେଖାଦେଇଛି । କାରଣ ଏହି ୧୫୩ ଜଣଙ୍କ ମଧ୍ୟରୁ କେତେକ ପୂର୍ବତନ ସେନାଧ୍ୟକ୍ଷ କହିଛନ୍ତି ଯେ ସେମାନେ ଏପରି କୌଣସି ପତ୍ର ଲେଖିନାହାନ୍ତି ବା ଏହା ଲେଖିବା ପୂର୍ବରୁ ସେମାନଙ୍କର କୌଣସି ସମ୍ମତି ନିଆଯାଇନଥିଲା ।

ପତ୍ରରେ ଲେଖାଯାଇଛି କି ସେନାର ସଫଳତାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି । ଏପରିକି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେନାକୁ ମୋଦିଙ୍କ ସେନା ବୋଲି କହିଛନ୍ତି । କିନ୍ତୁ ଏହି ତାଲିକାରେ ନାଁ ଥିବା ପୂର୍ବତନ ଏୟାର ଚିଫ ମାର୍ସାଲ ଏନସି ସୁରୀ କହିଛନ୍ତି ଯେ ସେ ଏପରି କୌଣସି ପତ୍ର ଲେଖିନାହାନ୍ତି । ଅବଶ୍ୟ ସେ କହିଛନ୍ତି ଯେ ସେନାକୁ ରାଜନୀତିଠାରୁ ଦୂରେଇ ରଖାଯିବା ଆବଶ୍ୟକ । ସେହିପରି ପୂର୍ବତନ ସେନାମୁଖ୍ୟ ଏସସି ରୋଡ୍ରିଗସ ମଧ୍ୟ ଏପରି ପତ୍ର ଲେଖିବା କଥା ମନା କରିଛନ୍ତି ।

ସମ୍ବନ୍ଧିତ ଖବର