ବିଶାଖାପାଟଣା: ଚକଲେଟ ଖୋଳରେ ଗଞ୍ଜେଇ ଚାଲାଣ | କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସମ୍ପୂର୍ଣ୍ଣ ସତ | ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି | ଏମାନଙ୍କ ପାଖରୁ ୫୬ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହୋଇଥିବାର ଜଣାପଡିଛି |
/sambad/media/post_attachments/wp-content/uploads/2019/09/EEO5JVaUUAIO9jH-300x300.jpg)
ମିଳିଥିବା ସୂଚନା ମୁତାବକ କିଟକାଟ୍ ଚକୋଲେଟ୍ ଖୋଳରେ ଏହି ଗଞ୍ଜେଇକୁ ଚାଲାଣ କରାଯାଉଥିଲା | ଚକଲେଟ ଜରିରେ ଚାଲାଣ କଲେ କାଳେ କେହି ସନ୍ଦେହ କରିବେ ନାହିଁ ବୋଲି ଅଭିଯୁକ୍ତମାନେ ଭାବିନେଇଥିଲେ | କିନ୍ତୁ ତନାଘନା କରାଯାଉଥିବାବେଳେ ଗଞ୍ଜେଇ ଜବତ କରାଯାଇଥିଲା | ତେବେ ଏହି କାରବାର ପଛରେ ଆଉ କାହାର ହାତ ରହିଛି ପୁଲିସ ତାହାର ତଦନ୍ତ କରୁଛି |
ପୁଲିସ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଗଞ୍ଜେଇ ଚାଲାଣ କରୁଥିବାବେଳେ ଧରାପଡ଼ିଥିଲେ | କିନ୍ତୁ ସୁଧୁରିବା ପରିବର୍ତ୍ତେ ଚକଲେଟ ଜରିରେ ଏଥର ଗଞ୍ଜେଇ ଚାଲାଣ କରିବାର ବାଟ ବାଛିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/EEO5JVdUYAAVOuQ.jpg)