ଚୀନର ରାସାୟନିକ କାରଖାନାରେ ବିସ୍ଫୋରଣ, ୧୨ ଗୁରୁତର

ବେଜିଂ: ପୂର୍ବ ଚୀନର ଏକ ରାସାୟନିକ କାରଖାନାରେ ଗୁରୁବାର ବିସ୍ଫୋରଣ ଘଟି ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଘଟି କାରଖାନା ନିକଟରେ ଥିବା ବିଲ୍ଡିଂଗୁଡ଼ିକର ଝରକାଗୁଡ଼ିକ ଭାଙ୍ଗିରୁଜି ଚୁରମାର ହୋଇଯାଇଛି।

ଏହି ବିସ୍ଫୋରଣ ଦିନ ୨.୫୦ ସମୟରେ ଘଟିଛି। ବିସ୍ଫୋରଣରେ କାରଖାନା କର୍ମଚାରୀଙ୍କ ବ୍ୟତୀତ କିଛି ସ୍ଥାନୀୟ ଲୋକ ବି ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଘଟଣା ଘଟିବା ପରେ ଡାକ୍ତରୀ ଦଳ, ଅଗ୍ନିଶମ ବିଭାଗ ଆଦି ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ୧୨ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି।

ବିସ୍ଫୋରଣ ସମୟର ଭିଡିଓ ଓଇବୋର ବେଜିଂ ନ୍ୟୁଜ୍‌ ଚ୍ୟାନେଲ୍‌ରେ ପ୍ରସାରଣ କରାଯିବା ପରେ ଘଟଣାଟି ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପି ଯାଇଥିଲା। ବିସ୍ଫୋରଣ ହେବା ପରେ କିଛି ସମୟ ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳଟି ଏକଦମ ଧୂଆଁ  ଭର୍ତ୍ତି ହୋଇ ଯାଇଥିଲା।

କାରଖାନାରେ ବିସ୍ଫୋରଣ ଘଟିବା ଚୀନ ପାଇଁ ଏକ ସାଧାରଣ କଥା। ପୂର୍ବରୁ ମଧ୍ୟ ଅନେକ କାରଖାନାରେ ବିସ୍ଫୋରଣ ହୋଇ ସାରିଛି। ଏହି ବିସ୍ଫୋଣର କାରଣ ଏଯାବତ୍‌ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର