ଗୁଏଡାଲାଜାରା: ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍ ଏବଂ ଫାଷ୍ଟ୍ ଡଟର୍ ଇଭାଙ୍କା ଟ୍ରମ୍ପ୍ ଗସ୍ତରେ ଆସିବାର କିଛି ସମୟ ପୂର୍ବରୁ ମେକ୍ସିକୋର ଦ୍ୱିତୀୟ ସହର ଗୁଏଡାଲାଜାରା ଠାରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର କନ୍ସୁଲେଟ୍ ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଥିବା କଥା କର୍ତ୍ତୃପକ୍ଷମାନେ ଶନିବାର ଦିନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ରାତିରେ ହୋଇଥିବା ବିସ୍ଫୋରଣର ପ୍ରଭାବରେ ଗୋଟିଏ ପ୍ରାଚୀର ନଷ୍ଟ ହୋଇଥିଲେ ବି କାହା ଠାରେ ଆଘାତ ଲାଗିନାହିଁ।
ଫେଡେରାଲ୍ କର୍ତ୍ତୃପକ୍ଷମାନଙ୍କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଠିକଣା ସମୟରେ ସେମାନେ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ସୂଚନା ଦେବେ।
ମେକ୍ସିକୋର ନୂତନ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡର୍ ପେନ୍ସ୍ଙ୍କ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାକୁ ଏକ ଉଚ୍ଚସ୍ତରୀୟ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ପେନ୍ସ୍ ଏବଂ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଝିଅ ତଥା ଉପଦେଷ୍ଟା ଇଭାଙ୍କା ଶନିବାର ସକାଳେ ବିମାନ ଯୋଗେ ମେକ୍ସିକୋ ସହରରେ ପହଞ୍ଚିବାର କିଛି କ୍ଷଣ ପୂର୍ବରୁ ଏହି ଆକ୍ରମଣ ହୋଇଥିଲା।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଜଣେ ଲୋକ କୋଠା ଉପରକୁ ଗୋଟାଏ ଗ୍ରେନେଡ୍ ପକାଇ ଦୌଡ଼ି ପଳାଇଗଲା। ସିକ୍ୟୁରିଟି କ୍ୟାମେରାରେ ସନ୍ଦିଗ୍ଧଙ୍କ ଫଟୋ ଉତ୍ତୋଳିତ ହୋଇଥିଲେ ବି ସେ କଡ଼ା ନିରାପତ୍ତାକୁ ଏଡ଼ାଇ ଖସି ଯାଇଥିଲେ।
ଘଟନାସ୍ଥଳରୁ ଗ୍ରେନେଡ୍ର ଭଗ୍ନାଂଶ ମିଳିଥିବା କଥା ତଦନ୍ତକାରୀମାନେ କହିଛନ୍ତି।