ନୂଆଦିଲ୍ଲୀ: ପାରୁ କି ନପାରୁ, ସଫଳତା ପାଉ କି ନପାଉ; ସେଥିପ୍ରତି ପରବାୟ ନାହିଁ। ହେଲେ, ପଡ଼ୋଶୀ ଚୀନ୍ ଯେ ଭାରତ ଠାରୁ ସବୁକ୍ଷେତ୍ରରେ ଆଗୁଆ ଓ ସମର୍ଥ ତାହାକୁ ବିଶ୍ୱ ସମୁଦାୟ ଆଗରେ ଦେଖାଇବା ପାଇଁ ନିରନ୍ତର ଭାବେ ନିଜର ଉଦ୍ୟମ ଜାରି ରଖିଛି। ଏହି କ୍ରମରେ, ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)କୁ ଟକ୍କର ଦେବାକୁ ଯୋଜନା ପ୍ରସ୍ତୁତ କରୁଛି ଚୀନ୍।
ଅନ୍ତରୀକ୍ଷ ଗବେଷଣା ଓ ଉପଗ୍ରହ ନିର୍ମାଣ ଓ ଉତ୍କ୍ଷେପଣରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ସମଗ୍ର ବିଶ୍ୱରେ ଯଥେଷ୍ଟ ଖ୍ୟାତି ଓ ବିଶ୍ୱାସନୀୟତା ରହିଛି। ନିଜର ଖ୍ୟାତି ଓ ବିଶ୍ୱାସନୀୟତା ଆଧାରରେ ଇସ୍ରୋ ଏବେ ବ୍ୟାବସାୟିକ ଭିତ୍ତିରେ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ସ୍ୱଳ୍ପ ଅର୍ଥ ବିନିମୟରେ ଉପଗ୍ରହ ନିର୍ମାଣ କରିବା ସହ ସେଗୁଡ଼ିକୁ ଅନ୍ତରୀକ୍ଷକୁ ଉତ୍କ୍ଷେପଣ କରୁଛି; ଆଉ ଏଥିରୁ ବେଶ ପରିମାଣର ଅର୍ଥ ମଧ୍ୟ ଉପାର୍ଜନ କରୁଛି।
/sambad/media/post_attachments/wp-content/uploads/2018/05/Chin1.jpg)
ତେବେ, ଅନ୍ତରୀକ୍ଷ ଗବେଷଣା ଓ କାର୍ଯ୍ୟକ୍ରମରେ ଏଯାବତ୍ ସବୁବେଳେ ବିଫଳତାର ସ୍ୱାଦ ଚାଖି ଆସିଥିବା ଚୀନ୍ ଇସ୍ରୋର ଏହି ସଫଳତାକୁ ବରଦାସ୍ତ କରିପାରୁ ନାହିଁ। ଏହି କାରଣରୁ ନିଜର ଅନ୍ତରୀକ୍ଷ କାର୍ଯ୍ୟକ୍ରମର ବିଫଳତାକୁ ନଜର ଅନ୍ଦାଜ କରି ଚୀନ୍ ସରକାରଙ୍କର ପରିଚାଳନାଧୀନ ସ୍ପେସ୍ ଏଜେନ୍ସି ଏବେ ଇସ୍ରୋକୁ ଟକ୍କର ଦେବା ପାଇଁ ବ୍ୟାବସାୟିକ ଭିତ୍ତିରେ ଉପଗ୍ରହ ଉତ୍କ୍ଷେପଣ ପାଇଁ ଯୋଜନା ଆରମ୍ଭ କରିଛି। ଏହି କ୍ରମରେ ଚୀନ୍ର ଏକ ଘରୋଇ ସଂସ୍ଥା ଓ୍ଵାନ୍ସ୍ପେସ୍ ଟେକ୍ନୋଲୋଜି ପକ୍ଷରୁ ନିର୍ମିତ ଏକ ଛୋଟିଆ ଉପଗ୍ରହକୁ ମେ ୧୭ରେ ଅନ୍ତରୀକ୍ଷ ଉତ୍କ୍ଷେପଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଓ ପ୍ରଚାର ଆରମ୍ଭ କରିଦେଇଛି। ଅନ୍ୟପକ୍ଷରେ ଚୀନ୍ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କୁହାଇଛି ଯେ ମେ୧୭ ତାରିଖରେ ଚୀନ୍ ବ୍ୟାବସାୟିକ ଉତ୍କ୍ଷେପଣ ଆରମ୍ଭ କରୁଛି। ଏବଂ ଏହି କ୍ରମରେ ସଂପୂର୍ଣ୍ଣ ବ୍ୟାବସାୟିକ ଭିତ୍ତିରେ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ଉପଗ୍ରହକୁ ଉତ୍କ୍ଷେପଣ କରିବାକୁ ଯାଉଛି। ତେବେ, ଏହି ଅନ୍ତରାଷ୍ଟ୍ରୀୟ ସଂସ୍ଥାଟି କିଏ ଏବଂ କେଉଁ ରାଷ୍ଟ୍ର ସେ ବାବଦରେ କୌଣସି ସୂଚନା ନଦେଇ ନିରବତା ଅବଲମ୍ବନ କରିଛି ଚୀନ୍। ଅନ୍ୟପକ୍ଷରେ ଚୀନ୍ର ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ଚୀନ୍ର ଏକ ଘରୋଇ ସଂସ୍ଥା ପକ୍ଷରୁ ନିର୍ମିତ ୯ମିଟର ଉଚ୍ଚତା, ୧୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ କ୍ଷୁଦ୍ର ଉପଗ୍ରହକୁ ସମୁଦ୍ର ପତ୍ତନ ଠାରୁ ୮୦୦ କିଲୋମିଟର ଉଚ୍ଚତାକୁ ଉତ୍କ୍ଷେପଣ କରିବା ପାଇଁ ଚୀନ୍ ପକ୍ଷରୁ ଏହି ବ୍ୟାପକ ଯୋଜନା ଆରମ୍ଭ ହୋଇଛି। ତେବେ, ଚୀନ୍ ତା’ର ଏଇ ଯୋଜନାରେ କେତେଦୂର ସଫଳ ହେଉଛି, ତାହାର ସ୍ୱଷ୍ଟ ଚିତ୍ର ମେ ୧୭ ପରେ ହିଁ ମିଳିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Chin.jpg)