ସନ୍ଦେହଜନକ ଆକାଉଣ୍ଟ୍‌କୁ ଚିହ୍ନଟ କରିବା ପାଇଁ ନୂଆ ଫିଚର୍‌ ପରୀକ୍ଷା କରୁଛି ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଗୋଟାଏ ନୂଆ ଫିଚର୍‌ର ପରୀକ୍ଷାମୂଳକ ପ୍ରୟୋଗ କରୁଛି। କୌଣସି ଫେକ୍‌ ଆକାଉଣ୍ଟ୍‌ରୁ ମେସେଜ୍‌ ଆସିଲେ ଏହି ଫିଚର୍‌ ଚିହ୍ନଟ କରି ପାରିବ।

ଫେସ୍‌ବୁକ୍‌ର ଡାଇରେକ୍ଟ୍‌ ମେସେଜ୍‌ରେ ଏ ନୂତନ ଫିଚର୍‌ ମିଳି ପାରିବ। ଅଜଣା ଯୋଗାଯୋଗରୁ ଆସିଥିବା ସୂଚନା ସଂକ୍ରାନ୍ତରେ ଏ ଫିଚର୍‌ ଅଧିକ ସୂଚନା ଦେବ। କେବେ ସେ ଆକାଉଣ୍ଟ୍‌ କ୍ରିଏଟ୍‌ ହୋଇଛି, କେଉଁ ଦେଶରୁ ଆକ୍‌ସେସ୍‌ ହୋଇଛି, ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଜରିଆରେ ଆକ୍‌ସେସ୍‌ ହୋଇଛି ନା, ଖାଲି ଫୋନ୍‌ ନମ୍ବର ଯୋଗେ ଆସିଛି ଆଦି ଛୋଟମୋଟ ସୂଚନା ମଧ୍ୟ ଏଥିରୁ ମିଳିବ। ଶେଷରେ ଏ ଫିଚର୍‌ ଜଣାଇବ ଆପଣଙ୍କୁ ଯୋଗାଯୋଗ କରିବାକୁ ଚାହୁଁଥିବା ଲୋକଙ୍କ ପରିଚୟ।

ଫେସ୍‌ବୁକ୍‌ରେ ଏହି ଫିଚର୍‌ ସଂଯୋଗ କରାଯାଇଥିବା କଥା ନିଶ୍ଚିତ କରିଛନ୍ତି ମ୍ୟାନେଜର୍‌ ଡାଲିଆ ବ୍ରାଉନି। ସମ୍ପ୍ରତି ବିରାଟ ସମସ୍ୟା ହୋଇଥିବା ଫେକ୍‌ ନିୟୁଜ୍‌ ପ୍ରସାରଣ ଉପରେ କଟକଣା ଲାଗୁ କରାଇବାରେ ମଧ୍ୟ ଏ ଫିଚର୍‌ ଭୂମିକା ଗ୍ରହଣ କରିବ।

ସମ୍ବନ୍ଧିତ ଖବର