ଏତେ କୋଟି ଟଙ୍କା ନେଇ ବ୍ୟବହାରକାରୀଙ୍କ ଡାଟା ଲିକ୍‌ କରିବାକୁ ଯୋଜନା କରୁଥିଲା ଫେସ୍‌ବୁକ୍‌, ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ: କିଛି ମାସ ତଳେ ଫେସ୍‌ବୁକ୍‌ର ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ବ୍ୟବହାରକାରୀଙ୍କ ଡାଟା ଚୋରି କରିବା ନେଇ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା । ପରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ ଆଗକୁ ଏପରି ଭୁଲ ହେବ ନାହିଁ ବୋଲି କହିଥିଲେ । କିନ୍ତୁ କିଛି ବର୍ଷ ତଳେ ଫେସ୍‌ବୁକ୍‌ ନିଜ ବ୍ୟବହାରକାରୀଙ୍କ ଡାଟା ଅନ୍ୟ କମ୍ପାନିକୁ ବିକ୍ରି କରିବା ପାଇଁ ଚିନ୍ତା କରିଥିବା ବେଳେ ପରେ ନିଜର ନିଷ୍ପତ୍ତି ବଦଳାଇଥିଲେ ବୋଲି ଏକ ରିପୋର୍ଟରୁ ଜଣା ପଡ଼ିଛି ।

ମିଳିଥିବା ରିପୋର୍ଟରୁ ପ୍ରକାଶ, ଫେସ୍‌ବୁକ୍‌ ୨୦୧୨ରେ କୋଟି କୋଟି ଟଙ୍କା ନେଇ ଅନ୍ୟ କମ୍ପାନିକୁ ନିଜ ବ୍ୟବହାରକାରୀଙ୍କ ଡାଟା ବିକ୍ରି କରିବ ବୋଲି ନିଷ୍ପତ୍ତି ନେଇଥିଲା । ଫେସ୍‌ବୁକ୍‌ ୧.୭୫କୋଟି ଟଙ୍କାରେ ଡାଟା ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପରେ ସେ ନିଜର ନିଷ୍ପତ୍ତିି ବଦଳାଇଥିଲା । ଏ ବିଷୟରେ ଆର୍‌ଷ୍ଟେକ୍ନିକା ଡଟ୍‌ କମ୍‌ ନାମକ ଏକ େଓ୍ଵବ୍‌ସାଇଟ୍‌ ଡାଟା ବିକ୍ରି ମାମଲାକୁ ନେଇ କୋର୍ଟର କାଗଜ ପତ୍ର ଦେଖିବା ପରେ ଏହି ଖବରକୁ ପ୍ରକାଶ କରିଥିବା କହିଛି ।

The Nation

େଓ୍ଵବ୍‌ସାଇଟ୍‌ ଦେଇଥିବା ରିପୋର୍ଟ ଅନୁଯାୟୀ, ଫେସ୍‌ବୁକ୍‌ ବିଭିନ୍ନ କମ୍ପାନିକୁ ଗ୍ରାଫ୍‌ ଏପିଆଇର ଭି୧.୦କୁ ଚଲାଇବା ପାଇଁ ଅନୁମତି ଦେଇଥିଲା । ଅନୁମତି ଦିଆ ଯାଇଥିବା କମ୍ପାନି ମଧ୍ୟରେ ପ୍ରଥମେ ନିଶାନ୍‌ ଏବଂ ରୟାଲ ବ୍ୟାଙ୍କ ଅଫ୍‌ କାନାଡ଼ା ଭଳି କମ୍ପାନି ରହିଥିବା ବେଳେ ପରେ ନେଟ୍‌ଫ୍ଲିକ୍ସ,ଲାଇଫ୍ଟ,ଏୟାରବିଏନ୍‌ବି ଇତ୍ୟାଦି କମ୍ପାନି ସାମିଲ ହୋଇଥିଲା । ଅନ୍ୟ ପକ୍ଷରେ ଫେସ୍‌ବୁକ୍‌ର ପ୍ରବକ୍ତାଙ୍କ କହିବା ଅନୁଯାୟୀ,ଫେସ୍‌ବୁକ୍‌ କେବଳ ନିଶାନ୍‌ ଏବଂ ରୟାଲ ବ୍ୟାଙ୍କ ଅଫ୍‌ କାନାଡ଼ା ଭଳି କମ୍ପାନିକୁ ଗ୍ରାଫ୍‌ ଏପିଆଇର ଭି୧.୦କୁ ଚଲାଇବା ପାଇଁ ଅନୁମତି ଦେଇଥିଲା । କିନ୍ତୁ ନେଟ୍‌ଫ୍ଲିକ୍ସ, ଲାଇଫ୍ଟ, ଏୟାରବିଏନ୍‌ବି ଇତ୍ୟାଦି କମ୍ପାନିକୁ କେବେ ହେଲେ ଗ୍ରାଫ୍‌ ଏପିଆଇର ଭି୧.୦କୁ ଚଲାଇବା ପାଇଁ ଅନୁମତି ଦିଆ ଯାଇ ନଥିଲା ଭୁଲବଶତଃ ତାହା କୋର୍ଟ କାଗଜରେ ଲେଖି ଦିଆ ଯାଇଛି ।

ସମ୍ବନ୍ଧିତ ଖବର