କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ମିଛ ଖବରର ଯାଞ୍ଚ କରିବ ଫେସବୁକ

ବାଙ୍ଗାଲୋର: ଦେଶରେ ମିଛ ଖବର ବା ଫେକ୍‌ ନ୍ୟୁଜ୍‌ ସଂଖ୍ୟା ବଢିଚାଲିଛି । ସୋସିଆଲ ମିଡିଆ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହୁ ନ ଥିବାରୁ ଦିନକୁ ଦିନ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହେଲାଣି । ପୁଣି ନିର୍ବାଚନ ସମୟରେ ମିଛ ନ୍ୟୁଜର ବନ୍ୟା ଆସିବା ପରି ଲାଗୁଛି । ଏ ଗୁଡ଼ିକ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ଉତ୍ତେଜନାକୁ ମଧ୍ୟ ବଢାଉଛି । ଫେସବୁକ ଏବେ ଫେକ୍‌ ନ୍ୟୁଜର ସବୁଠାରୁ ବଡ଼ ମାଧ୍ୟମ ପାଲଟିଛି । ଏହା ଖୋଦ ଫେସ୍‌ବୁକ ପାଇଁ ଚିନ୍ତାର କାରଣ ପାଲଟିଛି ।

ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବାରୁ ବିଭିନ୍ନ ପ୍ରକାରର ଫେକ୍ ନ୍ୟୁଜ  ଫେସବୁକରେ ଏବେ ଆସୁଛି । ଏହାକୁ ରୋକିବା ପାଇଁ ଓ ଲୋକଙ୍କ ପାଖକୁ ସତ ଖବର ପହଞ୍ଚାଇବା ପାଇଁ ଫେସବୁକ ଏବେ ଭାରତୀୟ ଫେକ୍‌ ନ୍ୟୁଜ ଉଜାଗର କରୁଥିବା େଓ୍ଵବସାଇଟ୍‌ ବୁମ ସହ ହାତ ମିଳାଇଛି । ଏବେ ପାଇଲଟ ପ୍ରକଳ୍ପ ଭିତ୍ତିରେ କେବଳ କର୍ଣ୍ଣାଟକ ପାଇଁ ଏହି ସହବନ୍ଧନ କାମ କରିବ । ପରେ ଏହାକୁ ସାରା ଦେଶରେ ଲାଗୁ କରିବାକୁ ଫେସବୁକ ଯୋଜନା କରୁଛି । ଫେସବୁକରେ କୌଣସି ଖବର ସେୟାର କରାଗଲେ ତାହାକୁ ବୁମ ଓ ଇଣ୍ଟରନାସନାଲ ଫାକ୍ଟ ଚେକିଂ ନେଟଓ୍ଵାର୍କ ପକ୍ଷରୁ ତାହାର ସତ୍ୟତା ଯାଞ୍ଚ କରାଯିବ । ଖବର ମିଛ ପ୍ରମାଣିତ ହେଲେ ତାହାର ପ୍ରସାରଣକୁ ସଂକୁଚିତ କରିଦିଆଯିବ ।

ସମ୍ବନ୍ଧିତ ଖବର