ନୂଆଦିଲ୍ଲୀ: ଫେସବୁକ୍ ଭାରତରେ ଏହାର ରାଜନୈତିକ ବିଜ୍ଞାପନ ନୀତିକୁ ଅଧିକ ସ୍ବଚ୍ଛ କରିବା ପାଇଁ ଘୋଷଣା କରିଛି। ଏହି ସୋସିଆଲ ମିଡିଆ ସାଇଟରେ ଦିଆଯାଇଥିବା ବିଜ୍ଞାପନ ପଛରେ କିଏ ରହିଛି ତାଙ୍କର ବିସ୍ତୃତ ବିବରଣୀ ଲୋକମାନେ ଜାଣିପାରିବେ। ରାଜନୈତିକ ବିଜ୍ଞାପନର ପ୍ରକାଶକ କିଏ ବା ଅର୍ଥ କିଏ ଦେଇଛି ତାହା ଉଲ୍ଲେଖ କରାଯିବ। ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ଫେସବୁକ୍ ଏଭଳି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହାଦ୍ବାରା ଫେସବୁକ ବିଜ୍ଞାପନ ନୀତିରେ ସ୍ବଚ୍ଛତା ଆସିବ। ରାଜନୈତିକ ଦଳ ପାଇଁ ଦିଆଯାଇଥିବା ବିଜ୍ଞାପନ ପାଇଁ ଦାୟୀ କିଏ ସେ ସମ୍ପର୍କରେ ଲୋକଙ୍କୁ ଅଧିକ ସୂଚନା ମିଳିବ ବୋଳି ଫେସବୁକର ପବ୍ଲିକ୍ ପଲିସି ନିର୍ଦ୍ଦେଶକ (ଭାରତ ଓ ଦକ୍ଷିଣ ଏସିଆ) ଶିବନାଥ ଥୁକରାଲ କହିଛନ୍ତି। ଏତଦବ୍ୟତୀତ ଫେସବୁକର ‘ସର୍ଚ୍ଚେବଲ୍ ଆଡ୍ ଲାଇବ୍ରେରି’କୁ ଲୋକମାନେ ଆକ୍ସେସ୍ କରିପାରିବେ। କଂଗ୍ରେସ ସହ ମେଣ୍ଟ ଚାହୁଛି ଆପ୍
ରାଜନୈତିକ ବିଜ୍ଞାପନକୁ କଡ଼ାକଡ଼ି କଲା ଫେସବୁକ୍
/sambad/media/post_attachments/wp-content/uploads/2018/11/facebook-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)