ପାଣି ବିଲ ଦେଇନାହାଁନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଖିଲାପକାରୀ ଘୋଷିତ କଲା ବିଏମସି

ମୁମ୍ବାଇ: ପାଣି ବିଲ ପଇଠ କରିନାହାଁନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ସିଂ ଫଡନାଭିସ | ଯାହାଫଳରେ ଖିଲାପକାରୀ ତାଲିକାରେ ତାଙ୍କ ଘରକୁ ସାମିଲ କଲା ବୃହତମୁମ୍ବାଇ ନଗରପାଳିକା | ଏଭଳି ଏକ ଚର୍ଚ୍ଚିତ ଖବର ଏବେ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହୁଥିବା ବାସଭବନର ନାମ ହେଉଛି ‘ବର୍ଷା’ |

କୁହାଯାଉଛି ମୁଖ୍ୟମନ୍ତ୍ରୀଙ୍କ ଉପରେ ୭ ଲକ୍ଷ ୪୪ ହଜାର ଟଙ୍କାର ପାଣି ବିଲ ବାକି ରହିଛି | ଦେବେନ୍ଦ୍ରଙ୍କ ଛଡା ତାଙ୍କ ମନ୍ତ୍ରୀମଣ୍ଡଳର ୧୮ ଜଣ ମନ୍ତ୍ରୀଙ୍କ ନାମରେ ମଧ୍ୟ ଜଳଦେୟ ଦେଇନଥିବା ତଥ୍ୟ ସାମ୍ନାକୁ ଆସିଛି | ପ୍ରକୃତରେ ସୂଚନା ଅଧିକାର ଆଇନରେ ଜଣେ ବ୍ୟକ୍ତି ଏହି ତଥ୍ୟ ମାଗିଥିଲେ | ଏଥିରୁ ଜଣାପଡିଥିଲା ଯେ ମନ୍ତ୍ରୀମାନଙ୍କ ଘର ବାବଦକୁ ବିଏମସିର ପାଖାପାଖି ୮ କୋଟି ଟଙ୍କା ବାକି ରହିଛି |

ପରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ମାନଙ୍କ ପାଣି ବିଲ ୨୦୧୮ ମସିହାରେ ହିଁ ଦିଆଯାଇଥିଲା | କିନ୍ତୁ ସେହି ସବୁ ଘରେ ରହୁଥିବା ଅନ୍ୟ ସହକର୍ମୀଙ୍କ ପାଣି ବିଲ ଘରର ମାଲିକଙ୍କ ନାମରେ ପ୍ରକାଶ ପାଇଛି |

ସମ୍ବନ୍ଧିତ ଖବର