ନକଲି ସେକ୍ସ ସିଡି ମାମଲା:ସାମ୍ବାଦିକ ବିନୋଦ ବର୍ମାଙ୍କ ଜାମିନ ଖାରଜ

ରାୟପୁର: ନକଲି ସେକ୍ସ ସିଡି ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ସାମ୍ବାଦିକ ବିନୋଦ ବର୍ମାଙ୍କ ଜାମିନ ଆବେଦନକୁ ରାୟପୁରର ଏକ ନିମ୍ନ ଅଦାଲତ ଖାରଜ କରିଦେଇଛନ୍ତି। ଫଳରେ ସେ ଆସନ୍ତା ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ଅନ୍ୟପକ୍ଷରେ, ବର୍ମାଙ୍କ ଓକିଲ ଫୈସାଲ ରିଜ୍‌ଭି ତାଙ୍କ ଜାମିନ ପାଇଁ ଆସନ୍ତାକାଲି ସେସନ୍ସ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଛତିଶଗଡ଼ର ପୂର୍ତ୍ତ ମନ୍ତ୍ରୀ ରାଜେଶ ମୁନତଙ୍କ ସେକ୍ସ ସିଡି ବଜାରକୁ ଛାଡ଼ିବା ଧମକ ଦେଇ ତାଙ୍କୁ ବଟି ମାଗିଥିବା ଅଭିଯୋଗରେ ବିନୋଦ ଗତ ୨୭ ତାରିଖରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର