ସରକାରଙ୍କ ସାଗରମାଳା ପ୍ରକଳ୍ପ ନାଁରେ ନକଲି ଓ୍ବେବସାଇଟ ଖୋଲି ଠକେଇ ଅଭିଯୋଗ

ନୂଆଦିଲ୍ଲୀ : ଦେଶର ବନ୍ଦର ଓ ଜଳମାର୍ଗ ଗୁଡ଼ିକର ସାମଗ୍ରିକ ବିକାଶ  ଲାଗି ସରକାର ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ସାଗରମାଳା କାର୍ଯ୍ୟକାରୀ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧିନରେ  ବନ୍ଦରଗୁଡିକର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି । କିନ୍ତୁ ଏହାର ଓ୍ବେବସାଇଟକୁ ନକଲ କରି ଏକ ଓ୍ବେବସାଇଟ ଖୋଲାଯାଇ ଲୋକମାନଙ୍କୁ ଠକାଯାଉଥିବା ସରକାରଙ୍କ ନଜରକୁ ଆସିଛି । ଏହା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ।

“ସାଗରମାଳା କାର୍ଯ୍ୟକ୍ରମର ବିଭିନ୍ନ ଅଂଶୀଦାର ଓ ନିଯୁକ୍ତି ଆଶାୟୀମାନଙ୍କୁ ଏକ ଜାଲ୍ ୱେବସାଇଟ http://sagarmala.org.in/ ପଠାଯାଉଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ନଜରକୁ ଆସିଛି । ଠିକ୍ ସାଗରମାଳା ୱେବସାଇଟ ଭଳି ଦେଖାଯାଉଥିବା ଏହି ୱେବସାଇଟରେ ଇଞ୍ଜିନିୟର ଟ୍ରେନି ଓ ଡିପ୍ଲୋମା ଟ୍ରେନି ନିଯୁକ୍ତିର ମିଥ୍ୟା ବିଜ୍ଞାପନ ସ୍ଥାନ ପାଇଛି । ତେଣୁ ଏଭଳି ଜାଲ ୱେବସାଇଟ ଓ ଦିଗଭ୍ରଷ୍ଟ କରାଉଥିବା ମିଥ୍ୟା ବିଜ୍ଞାପନ ବାବଦରେ ସମସ୍ତଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ସଚେତ କରାଇ ଦିଆଯାଉଛି । ଉଲ୍ଲେଖଯୋଗ୍ୟ, ଏଭଳି ଜାଲ ୱେବସାଇଟ ଓ ମିଥ୍ୟା ବିଜ୍ଞାପନ ପ୍ରକାଶ କରିବା ଇନଫର୍ମେସନ ଟେକ୍ନୋଲୋଜି ଆଇନ ଓ ଆଇପିସି ଅନୁଯାୟୀ ଦଣ୍ଡନୀୟ । ଏଥିରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ବୋଲି ମନ୍ତ୍ରାଳୟ କହିଛି ।

ସମ୍ବନ୍ଧିତ ଖବର