ପୁଣି ପ୍ରଦୂଷିତ ହେଲାଣି ଜାତୀୟ ରାଜଧାନୀ ଅଞ୍ଚଳର ବାୟୁମଣ୍ଡଳ

ନୂଆଦିଲ୍ଲୀ: ଶୀତବସ୍ତ୍ର କାଢ଼ିବା ପୂର୍ବରୁ ବାୟୁ ପ୍ରଦୂଷଣ ମାସ୍କ୍‌ କାଢ଼ିବା ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ବାର୍ଷିକ ରୁଟିନ୍‌ ପାଲଟିଗଲାଣି। ଏ ବର୍ଷ ମଧ୍ୟ ଏଥିରେ ବ୍ୟତିକ୍ରମ ଘଟିନାହିଁ। ଏ ପଟେ ଧାନ ବିଲରେ ନଡ଼ା ପୋଡ଼ା ସମୟ ଉପସ୍ଥିତ ହେବାକୁ ସେ ପଟେ ପାଗ ଧୂଳିଝଡ଼ ନେଇ ଆସିଲାଣି। ତେଣୁ ଅକ୍ଟୋବର ମାସରେ ଦିଲ୍ଲୀରେ ବାୟୁର ମାନ ସବୁଥର ପରି ବିପଜ୍ଜନକସ୍ଥିତିରେ ପହଞ୍ଚିଲାଣି।

ବାୟୁ ବିଷାକ୍ତ ହେବାର ଅନ୍ୟତମ ମୁଖ୍ୟ କାରଣ ହେଉଛି ପାଖ ହରିୟାଣା ଏବଂ ପଞ୍ଜାବରେ ଚାଷୀମାନେ ପୋଡୁଥିବା ଧାନ ନଡ଼ା। ‘ନାସା’ ଉପଗ୍ରହ ଉତ୍ତୋଳନ କରିଥିବା ଚିତ୍ରରେ ମଧ୍ୟ ପୁଣି ଦୁଇଟି ରାଜ୍ୟରେ ନିଅାଁ ଜଳୁଥିବା ଦେଖା ଦେଲାଣି। ପବନ ଏଥିରୁ ବାହରୁ ଥିବା ଧୂଅାଁକୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳକୁ ଉଡ଼ାଇ ଆଣି ପ୍ରଦୂଷିତ କୁହୁଡ଼ି ଆସ୍ତରଣ ସୃଷ୍ଟି କରୁଛି।

ପରିସ୍ଥିତିର ସମାଧାନ ପାଇଁ ଗତବର୍ଷ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର ଆଲୋଚନା କରିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଏ ସଂପର୍କରେ ଆଲୋଚନା କରିବାକୁ ଅଗ୍ରାହ୍ୟ କରି ଦେଇଥିଲେ।

ଏ ବର୍ଷ ପୁଣି ଧାନ ନଡ଼ା ପୋଡ଼ା ହେବାର ସମୟ ଆସିଯାଇଛି। ନଡ଼ା ନ ପୋଡ଼ି ତା’ ବାବଦରେ କ୍ଷତିପୂରଣ ଗ୍ରହଣ କରିବାକୁ ହରିୟାଣା ଓ ପଞ୍ଜାବର ଚାଷୀମାନେ ଆଗ୍ରହୀ ନ ହେବା ପରି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ, କେନ୍ଦ୍ର ଯଥେଷ୍ଟ କ୍ଷତିପୂରଣ ଘୋଷଣା କରୁ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେତେ ଥର ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର