ପ୍ରେମର ମନ୍ଦିର ତୋଳି ପତ୍ନୀଙ୍କୁ ପୂଜା କରୁଛନ୍ତି କର୍ଣ୍ଣାଟକ କୃଷକ

ଚମାରଞ୍ଜନଗର: ପତ୍ନୀଙ୍କର ଅଦମ୍ୟ ଇଚ୍ଛା ଥିବାରୁ ଗାଁରେ ଦେଉଳଟିଏ ତୋଳିବା ରାଜୁ ଓରଫ୍‌ ରାଜୁସ୍ୱାମୀଙ୍କ ପାଇଁ ଥିଲା ପ୍ରେମର ଶ୍ରମ। କିନ୍ତୁ ସେଥିରେ ପତ୍ନୀଙ୍କ ପ୍ରତିମା ସ୍ଥାପନା କରି ଅନ୍ୟାନ୍ୟ ଦିଅଁଙ୍କ ସହ ପୂଜା ନ କରିବା ଯାଏ ତାହା ପୂଣ୍ଣାଙ୍ଗ ହୋଇ ନ ଥିଲା। ରାଜୁସ୍ୱାମୀ କହନ୍ତି: ଆମର ପ୍ରେମ ଥିଲା ଶାଶ୍ୱତ।

ଆଖପାଖ ଗାଁ’ର ଲୋକେ ଏବେ ୟେଲାନ୍ଦୁର ତାଲୁକର କୃଷ୍ଣପୁର ଗାଁ’କୁ ଆସି ରାଜମ୍ମାଙ୍କ ଦେଉଳ କଥା ପଚାରୁଛନ୍ତି। ଦେଉଳଟି ନିର୍ମିତ ୨୦୦୬ରେ ତିଆରି ହୋଇଥିଲା। ଗତ ୧୨ ବର୍ଷ ହେବ ରାଜୁ ନାମକ ଜଣେ କୃଷକ ସେଥିରେ ପୂଜା କରି ଆସୁଛନ୍ତି। ସ୍ୱାମୀଙ୍କ ଦ୍ୱାରା ରାଜମ୍ମାଙ୍କ ମୂର୍ତ୍ତି ସେ ଦେଉଳରେ ଶାନିସଓ୍ଵାରା, ସିଦ୍ଦାପ୍ପାଜି, ନବଗ୍ରହ ଏବଂ ମହାଦେବଙ୍କ ସହ ସ୍ଥାପିତ ହୋଇଛି।

ଦେଉଳ ବିଷୟରେ ବଡ଼ କଥାଟିଏ ଅଛି ବୋଲି କହନ୍ତି ରାଜୁ। ଗାଁ’ରେ ୩ ଏକର ଜମି ଥିବା ରାଜୁ ବିଭା ହୋଇଥିଲେ ତାଙ୍କ ଭଉଣୀ ଝିଅକୁ। ସେ କହନ୍ତି: ବାପାମାଆ ଆମ ବାହାଘରକୁ ବିରୋଧ କରୁଥିଲେ। ଭଉଣୀ ଓ ଭିଣୋଇ ଆମକୁ ବିରୋଧ ନ କରିବାରୁ କୌଣସିମତେ ଆମେ ବାହା ହୋଇ ଗଲୁ। ବିବାହର କିଛି ଦିନ ପରେ ପତ୍ନୀ ଗାଁ’ରେ ଦେଉଳଟିଏ ତୋଳାଇବାକୁ କହିଲେ। କିନ୍ତୁ, ଦେଉଳ ତୋଳା ସରିବା ଆଗରୁ ସେ ଚାଲିଗଲେ। ତେଣୁ ଦେଉଳ ବେଦୀରେ ମୁଁ ତାଙ୍କ ମୂର୍ତ୍ତିଟିଏ ସ୍ଥାପନ କରିବାକୁ ଠିକ୍‌ କଲି।

ଦେଉଳ ତୋଳିବାକୁ ରାଜୁଙ୍କୁ ଦୁଇ ବର୍ଷ ଲାଗିଥିଲା।

ଅନେକେ ଏହାକୁ ବିରୋଧ କରି ତାଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ, ରାଜୁ କହନ୍ତି, ମୃତ୍ୟୁର ଢେର୍‌ ପୂର୍ବରୁ ସେ ଭବିଷ୍ୟବାଣୀ କରିଥିଲେ। ତାଙ୍କ ଠାରେ ଐଶୀଶକ୍ତି ଥିଲା। ସେ ସବୁବେଳେ ମନ୍ଦିର ସ୍ୱପ୍ନ ଦେଖୁଥିଲେ। ସେ ଥିଲେ ଅଧ୍ୟାତ୍ମିକ ସ୍ୱଭାବର। ଏ ସବୁ ଘଟଣାରୁ ମୁଁ ଦେଉଳ ତୋଳି ସେଥିରେ ତାଙ୍କୁ ଦେବୀ ରୂପେ ପୂଜିବାକୁ ସ୍ଥିର କଲି।

ସମ୍ବନ୍ଧିତ ଖବର