ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ରାଜଧାନୀ ଦିଲ୍ଲୀ ଆଡକୁ ଆଗଉଥିବା ବିଶାଳ କୃଷକ ଶୋଭାଯାତ୍ରାକୁ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ଗାଜିପୁର ନିକଟରେ ହିଁ ଅଟକାଇଦିଆଯାଇଛି । ଚାଷୀମାନଙ୍କୁ ଅଟକାଇବାକୁ ପୁଲିସ ପକ୍ଷରୁ ବ୍ୟାରିକେଡ କରାଯାଇଥିବା ସହ ଫୋର୍ସ ମୁତୟନ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ କିଷାନ ସଂଗଠନର ଡାକରା କ୍ରମେ ୫୦୦ରୁ ଅଧିକ ଚାଷୀ ଗତ ୧୧ ତାରିଖରୁ ଉତ୍ତରପ୍ରଦେଶର ସାହାରନପୁରରୁ ଦିଲ୍ଲୀ ଅଭିମୁଖେ ଚାଲିବା ଆରମ୍ଭ କରିଥିଲେ । ସେମାନେ ଆଜି ଦିଲ୍ଲୀର କିଷାନ ଘାଟଠାରେ ଏକାଠି ହୋଇଥାନ୍ତେ ।
ସବୁ କୃଷକଙ୍କ ଋଣଛାଡ, ୧୪ ଦିନ ରେ ଆଖୁଚାଷୀଙ୍କୁ ପ୍ରାପ୍ୟପ୍ରଦାନ ଓ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ ପାଇଁ କୃଷକମାନେ ଦାବି କରୁଛନ୍ତି । କୃଷି କ୍ଷେତ୍ରର ଖରାପ ଅବସ୍ଥା ପାଇଁ ସେମାନେ ବିଜେପିକୁ ଦାୟୀ କରିଛନ୍ତି । ତେବେ ସରକାରଙ୍କ ତରଫରୁ ଜଣେ ପ୍ରତିନିଧି ସେମାନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିନିଧି ଆସିନଥିବା ଭାରତୀୟ କିଷାନ ସଂଗଠନର ଉତ୍ତରପ୍ରଦେଶ ମୁଖ୍ୟ ରାଜେନ୍ଦ୍ର ଯାଦବ କହିଛନ୍ତି । ଅନ୍ୟପକ୍ଷରେ କୃଷକମାନଙ୍କୁ ଅଟକାଯାଇଥିବାରୁ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ।