ଜାଇରାଙ୍କ ବଲିଉଡ୍‌ ଛାଡ଼ିବା ନିଷ୍ପତ୍ତି ଉପରେ ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ; ହୋଇପାରେ ତାଙ୍କ ପ୍ରେମିକଙ୍କ ପାଇଁ ସେ ବଲିଉଡ୍‌ ଛାଡ଼ିଥାଇ ପାରନ୍ତି.

ନୂଆଦିଲ୍ଲୀ : ଗତକାଲି ଅଭିନେତ୍ରୀ ଜାଇରା ଓ୍ଵସିମ ଫେସ୍‌ବୁକ୍‌ରେ ଏକ ଭାବବିହ୍ଵଳ କଲା ଭଳି ପୋଷ୍ଟ କରି ବଲିଉଡ୍‌ ଛାଡ଼ୁଥିବା କଥା କହିଥିଲେ । ତାଙ୍କର ବଲିଉଡ୍‌ ଛାଡ଼ିବା ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ବଲିଉଡ୍‌ କଳାକାର ଆଶ୍ଚର୍ଯ୍ୟ ହେବା ସହ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା । ଏବେ କିଛି ଜାଇରାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ କିଛି ତାଙ୍କୁ ବିରୋଧ କରୁଥିବା ଦେଖା ଯାଇଛି । ଏ ମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜାଇରା ନିଜ ପୋଷ୍ଟରେ ବଲିଉଡ୍‌ରେ କାମ କରିବା ପରେ ଇସ୍‌ଲାମ ଧର୍ମଠାରୁ ଦୂରେଇ ଯାଉଥିବାରୁ ବଲିଉଡ ଛାଡ଼ୁଥିବା କହିଥିଲେ ।

oneindia.com

ଯାହାକୁ ଶୁଣି, ଇସ୍‌ଲାମ ଧର୍ମ କାହାକୁ କାମ କରିବାକୁ ରୋକେ ନାହଁ । ବଲିଉଡ୍‌ରେ କାମ କଲେ ଯେ ଜଣେ ମୁସ୍‌ଲିମ ମୁସ୍‌ଲିମ ରହିବ ନାହିଁ । ତା’ ନୁହେଁ । ଏହା ଜାଇରାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ବୋଧହୁଏ ତାଙ୍କ ପ୍ରେମିକ ବା ଭାବିସ୍ୱାମୀଙ୍କ କହିବା ପରେ ସେ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି କହିଛନ୍ତି ଫାରୁକ ଅବଦୁଲ୍ଲା ।

ସମ୍ବନ୍ଧିତ ଖବର