ଫାରୁକ୍‌ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ଶ୍ରୀନଗର: ଜମ୍ମୁ କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ (ଜେକେସିଏ) ଦୁର୍ନୀତି ମାମଲାରେ ସିବିଆଇ ଆଜି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଜେକେସିଏରେ ବେଆଇନ କାର୍ଯ୍ୟକଳାପ ଏବଂ ପାଣ୍ଠି ଆତ୍ମସାତ୍‌ କରିବା ମାମଲାରେ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ସିବିଆଇ ଆଜି ଶ୍ରୀନଗରର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି।

ସମ୍ବନ୍ଧିତ ଖବର