ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ଫାଷ୍ଟାଗ୍‌ ମାଗଣାରେ ମିଳିବ

ନୂଆଦିଲ୍ଲୀ : ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଖୁସିଖବର । ୧୫ ଦିନ ପାଇଁ ଫାଷ୍ଟାଗ୍‌ ମାଗଣାରେ ମିଳିବ । ପୂର୍ବରୁ ଏଥିପାଇଁ ୧୦୦ ଟଙ୍କା ପଡ଼ୁଥିଲା ।
କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ବୁଧବାରଦିନ ଦିଆଯାଇଥିବା ସୂଚନା ଅନୁସାରେ ଏହା ଫେବ୍ରୁଆରି ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ମାଗଣାରେ ମିଳିବ । ଏହି ସମୟସୀମା ମଧ୍ୟରେ ଲୋକମାନେ ନିଜର ଗାଡ଼ିର ପଂଜୀକରଣ ପ୍ରମାଣପତ୍ର (ଆରସି) ସହ ଯେକୌଣସି ଫାଷ୍ଟାଗ୍‌ ବିକ୍ରୟ କେନ୍ଦ୍ର (ପଏଣ୍ଟ ଅଫ ସେଲ୍ସ)କୁ ଯାଇ ଏହାକୁ ମାଗଣାରେ ପାଇପାରିବେ । ଏଗୁଡ଼ିକ ମଧ୍ୟ ପେଟ୍ରୋଲ ପମ୍ପ, ଏନଏଚ ଫିପ୍ଲାଜା, ଆରଟିଓ,କମନ ସର୍ଭିସ ସେଣ୍ଟର,ଟ୍ରାନ୍ସପୋର୍ଟ ହବ୍‌ ଇତ୍ୟାଦିରୁ ମାଗଣାରେ ମିଳିପାରିବ ।
ତେବେ ଫାଷ୍ଟାଗ୍‌ ପାଇଁ ପୂର୍ବରୁ ଥିବା ସିକ୍ୟୁରିଟି ଜମା ଓ ସର୍ବନିମ୍ନ ବାଲାନ୍ସ ପରିମାଣ ପୂର୍ବପରି ଅପରିବର୍ତ୍ତିତ ରହିଛି । ଲୋକମାନଙ୍କ ଫାଷ୍ଟାଗ୍‌ ବ୍ୟବହାର ନିମନ୍ତେ ଉତ୍ସାହିତ କରିବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ୨୨ ନଭେମ୍ବରରୁ ୧୫ ଡିସେମ୍ବର ୨୦୧୯ ମଧ୍ୟରେ ଫାଷ୍ଟାଗ୍‌ କୁ ମାଗଣା କରାଯାଇଥିଲା ।

ସମ୍ବନ୍ଧିତ ଖବର