ଡିସେମ୍ବର ୧ ତାରିଖ ଠାରୁ ପ୍ରତି ଗାଡ଼ି ପାଇଁ ବାଧ୍ୟତାମୂଳକ ହୋଇଯିବ ଫାସ୍‌ଟ୍ୟାଗ୍; ଜାଣନ୍ତୁ କ’ଣ ଏହି ଫାସ୍‌ଟ୍ୟାଗ୍…

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଦେଶରେ ଚଳାଚଳ କରୁଥିବା ସମସ୍ତ ମୋଟରଯାନ ପାଇଁ କେନ୍ଦ୍ର ସରକାର ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରି ଦେଉଥିବା ଆଜି ଘୋଷଣା କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ବିନା ଫାସ୍‌ଟ୍ୟାଗରେ କୌଣସି ଗାଡ଼ି ଜାତୀୟ ରାଜପଥରେ ଚଳାଚଳ କରିପାରିବ ନାହିଁ। ଫାସ୍‌ଟ୍ୟାଗର ବ୍ୟବହାର ଫଳରେ ଜାତୀୟ ରାଜପଥ ଦେଇ ଯାତାୟାତ କାଳରେ ଟୋଲ ଗେଟ୍‌ମାନଙ୍କରେ ଟୋଲ ଦେୟ ପ୍ରଦାନ ପାଇଁ ଆଉ ଗାଡ଼ିମାନଙ୍କୁ ଲମ୍ବା ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ କିମ୍ବା ଯାତ୍ରୀମାନଙ୍କୁ ଏଥିପାଇଁ ଅଯଥାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହି ଫାସ୍‌ଟ୍ୟାଗ୍ ଜରିଆରେ ଟୋଲ ଦେୟ ଶୀଘ୍ର ଏବଂ ବ୍ୟବସ୍ଥିତ ଢ଼ଙ୍ଗରେ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ଶ୍ରୀ ଗଡକରୀ। ଏହି ଫାସ୍‌ଟ୍ୟାଗକୁ ଉଭୟ ଘରୋଇ ଏବଂ ବ୍ୟବସାୟିକ ଗାଡ଼ି ପାଇଁ କେନ୍ଦ୍ର ସରକାର ଡିସେମ୍ବର ୧ ତାରିଖ ଠାରୁ ବାଧ୍ୟତାମୂଳକ କରି ଦେଉଛନ୍ତି।

NDTV

କ’ଣ ଏହି ଫାସ୍‌ଟ୍ୟାଗ୍?

ଫାସ୍‌ଟ୍ୟାଗ ହେଉଛି ଟୋଲ ଦେୟ ଆଦାୟ ପାଇଁ ଏକ ନୂତନ ଇଲେକ୍ଟ୍ରୋନିକ୍‌ ବ୍ୟବସ୍ଥା; ଯାହାକୁ ପ୍ରଣୟନ କରିଛନ୍ତି ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)। ଗାଡ଼ିରେ ଲାଗିଥିବା ଏହି ଫାସ୍‌ଟ୍ୟାଗକୁ ଟୋଲ ଗେଟ୍‌ମାନଙ୍କରେ ଲାଗିଥିବା ରେଡିଓ ଫ୍ରି‌କ୍ବେନ୍ସି ଜରିଆରେ ଚିହ୍ନଟ କରାଯାଇ ଟୋଲ ଦେୟକୁ ସିଧାସଳଖ ଗାଡ଼ି ମାଲିକମାନଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ କିମ୍ବା ପ୍ରିପେଡ୍‌ ଆକାଉଣ୍ଟରୁ କାଟି ନିଆଯିବ। ଫଳରେ ଜାତୀୟ ରାଜପଥ ଦେଇ ଯାତାୟାତ କାଳରେ ଟୋଲ ଗେଟ୍‌ମାନଙ୍କରେ ଟୋଲ ଦେୟ ପ୍ରଦାନ ପାଇଁ ଆଉ ଗାଡ଼ିମାନଙ୍କୁ ଲମ୍ବା ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ କିମ୍ବା ଯାତ୍ରୀମାନଙ୍କୁ ଏଥିପାଇଁ ଅଯଥାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ।

କେଉଁଠି ମିଳିବ ଏହି ଫାସ୍‌ଟ୍ୟାଗ?

ଦେଶର ୨୨ଟି ବ୍ୟାଙ୍କର ପ୍ରତି ଶାଖାରେ ଏହି ଫାସ୍‌ଟ୍ୟାଗ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ତା’ର ନିକଟତମ ବ୍ୟାଙ୍କ ଶାଖାକୁ ଯାଇ ଏହାକୁ କିଣି ପାରିବ; ନଚେତ୍‌ ବ୍ୟାଙ୍କର ୱେବ୍‌ସାଇଟ୍‌ରୁ ମଧ୍ୟ ଫାସ୍‌ଟ୍ୟାଗକୁ ଅନ୍‌ଲାଇନ୍‌ରେ କିଣି ହେବ।

ସମ୍ବନ୍ଧିତ ଖବର