ପ୍ୟାରିସ: ପାକିସ୍ତାନ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ମନି ଲଣ୍ଡରିଂକୁ ରୋକିବା ଦିଗରେ ୨୦୨୦ ଫେବ୍ରୁଆରି ସୁଦ୍ଧା ଫଳପ୍ରଦ ପଦକ୍ଷେପ ଗ୍ରହଣ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଆଜି ଚେତାବନୀ ଦେଇଛି। ଏହି ସମୟ ମଧ୍ୟରେ ଏଫ୍ଏଟିଫ୍ ଧାର୍ଯ୍ୟ କରିଥିବା ସମସ୍ତ ସର୍ତ୍ତ ପୂରଣ କରିବାକୁ ପାକିସ୍ତାନ ବାଧ୍ୟ, ଅନ୍ୟଥା ଏହାକୁ କଳାତାଲିକାଭୁକ୍ତ କରାଯିବ ବୋଲି ଏଫ୍ଏଟିଏଫ୍ ଅଧ୍ୟକ୍ଷ ସିଆଙ୍ଗ୍ମିନ୍ ଲିୟୁ କହିଛନ୍ତି। ପ୍ୟାରିସ୍ରେ ଏ ବାବଦରେ ଅନୁଷ୍ଠିତ ବୈଠକ ଆଜି ଶେଷ ହୋଇଛି। ପାକିସ୍ତାନ ପୂର୍ବ ଭଳି ଗ୍ରେ ଲିଷ୍ଟ୍ରେ ଫେବ୍ରୁଆରି ୨୦୨୦ ପର୍ଯ୍ୟନ୍ତ ରହିବ ଏବଂ ଏହି ସମୟ ମଧ୍ୟରେ ଆତଙ୍କବାଦୀ ସଂଗଠନ ଲସ୍କର, ଜୈଶ ଭଳି ସଂସ୍ଥାର ଆର୍ଥିକ କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବାକୁ କୁହାଯାଇଛି।
ପାକିସ୍ତାନକୁ ଏଫ୍ଏଟିଏଫ୍ର ଚେତାବନୀ, ୨୦୨୦ ଫେବ୍ରୁଆରି ସୁଦ୍ଧା ପଦକ୍ଷେପ ନ ନେଲେ କଠୋର କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2019/10/FATFjpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)