ନ୍ୟୁୟର୍କ: ଆମରେିକାରର ଦକ୍ଷିଣ ଇଣ୍ଡିଆନାର ଜଣେ ବ୍ୟକ୍ତି ନିଜ ବନ୍ଧୁକ ସଫା କରୁ କରୁ ଭୁଲ୍ରେ ନିଜ ଝିଅକୁ ହତ୍ୟା କରି ଦେଇଥିବା ପରି ଏକ ଦୁଃଖଦ ଘଟଣା ଘଟିଛି। ବ୍ୟକ୍ତି ଜଣକ ଶୁକ୍ରବାର ରାତି ପ୍ରାୟ ୧୦.୩୦ ସମୟରେ ନିଜ ପାଖରେ ଥିବା ବନ୍ଧୁକକୁ ସଫା କରିବା ପାଇଁ କାଢ଼ିଥିଲେ। ସେହି ସମୟରେ ଦୁର୍ଭାଗ୍ୟକୁ ତାଙ୍କ ଝିଅ ମାକାଲ୍ୟ କୋଲିଂ ଉପସ୍ଥିତ ହୋଇଥିଲେ। ଇଣ୍ଡିଆନାର ସଲିମାରେ ଥିବା ନିଜ ବାସଭବନରେ ଦୁର୍ଘଟଣାବଶତଃ ନିଜ ବନ୍ଧୁକରୁ ଗୁଳି ଯାଇ ବାଜିଥିଲା ତାଙ୍କ ଝିଅ ଦେହରେ। ଏପରି ଏକ ଦୁର୍ଘଟଣାରେ ଉଡ଼ି ଯାଇଥିଲା ମାକାଲ୍ୟଙ୍କ ପ୍ରାଣବାୟୁ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ସୂଚନା ମୁତାବକ, ମାକାଲ୍ୟ ହସ୍ପିଟାଲ୍ରୁ ଘରକୁ ଫେରୁଥାନ୍ତି। ସେହି ସମୟରେ ମାକାଲ୍ୟଙ୍କ ବାପା ବନ୍ଧୁକ ସଫା କରୁଥାନ୍ତି। ସେ ବନ୍ଧୁକ ଚାଲୁଛି କି ନାହିଁ ଦେଖିବା ପାଇଁ ଗୁଳି ଚାଲନା କଲେ। ସେହି ସମୟରେ ଗୁଳିଟି ଯାଇ ବାହାରୁ ଆସୁଥିବା ନିଜ ଝିଅ ମାକାଲ୍ୟ ମୁଣ୍ଡରେ ବାଜିଥିଲା। ଗୁଳି ବାଜିବା ପରେ ମାକାଲ୍ୟକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍କୁ ନିଆ ଯାଇଥିଲା। ହସ୍ପିଟାଲ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି। ଏହା ଏକ ଦୁର୍ଘଟଣା ବୋଲି ଜାସୁସ୍ମାବେ ବିଶ୍ୱାସ କରୁନାହାନ୍ତି।