ଝିଅର ତଣ୍ଟିକାଟି ହତ୍ୟାକଲା ନିଷ୍ଠୁର ବାପ

ଜୟପୁର: ପବିତ୍ର ରମଜାନ ମାସରେ ଆଲ୍ଲାଙ୍କୁ ଖୁସି କରିବାକୁ ରାଜସ୍ଥାନର ଜଣେ ନିର୍ଦ୍ଦୟ ବାପ ନିଜ ୪ ବର୍ଷୀୟା ଝିଅର ତଣ୍ଟିକାଟି ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପିପରସିଟି ସହରର ନବାବ୍‌ ଅଲୀ ଗତ ଶୁକ୍ରବାର ଦିନ ଭୋରରୁ ଝିଅ ରିଜଓ୍ଵାନାକୁ ଘରେ ହତ୍ୟା କରିଥିବା ଜଣାପଡ଼ିଛି। ଏନେଇ ପୁଲିସ୍‌ ନବାବ୍‌କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ମିଳିଥିବା ଖବର ମୁତାବକ, ନବାବ୍‌, ତାଙ୍କ ପତ୍ନୀ ଓ ୨ ଝିଅ ଗୁରୁବାର ରାତିରେ ଛାତରେ ଶୋଇଥିବା ବେଳେ ନବାବ୍‌ ଭୋରରୁ ରିଜଓ୍ଵାନାକୁ ଘର ଭିତରକୁ ନେଇ ତଣ୍ଟି କାଟି ଦେଇଥିଲେ।

ସମ୍ବନ୍ଧିତ ଖବର