ଡ଼ାଟା ଲିକ୍‌ ପରେ ପୁଣି ଫେସ୍‌ବୁକ୍‌କୁ ନେଇ ଚର୍ଚ୍ଚା : ବ୍ୟବହାରକାରୀଙ୍କ ଉପରେ ନଜର ରଖି ନିଲମ୍ବିତ ହେଲେ ଫେସ୍‌ବୁକ୍‌ କର୍ମଚାରୀ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଫେସ୍‌ବୁକ୍‌ ତା’ର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି । ନିଜ ପଦବିର ଫାଇଦା ଉଠାଇ କର୍ମଚାରୀ ଜଣକ ଜନୈକ ବ୍ୟବହାରକାରୀ ମହିଳାଙ୍କୁ ଅନ୍‌ଲାଇନ୍‌ ପିଛା କରୁଥିଲେ । ସେ କୁଆଡ଼େ ଗଲେ? କ’ଣ କଲେ? ସବୁର ତଥ୍ୟ ସଂଗ୍ରହ କରୁଥିଲେ କର୍ମଚାରୀ । ଏହି ବିଷୟରେ ଜଣାପଡ଼ିବା ପରେ ଫେସ୍‌ବୁକ୍‌ ଉକ୍ତ କର୍ମଚାରୀ ଜଣଙ୍କୁ ନିଲମ୍ବିତ କରିିଛି ।

tech.wp.pl

ମଦରବୋର୍ଡ଼ ଦେଇଥିବା ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଏଭଳି ହୋଇନାହିଁ । ଏହା ପୂର୍ବରୁ ଅନେକ ଫେସ୍‌ବୁକ୍‌ କର୍ମଚାରୀ ବ୍ୟବହାରକାରୀଙ୍କର ବ୍ୟକ୍ତଗତ ସୂଚନାର ର୍ଦୁବ୍ୟବହାର କରି ନିଲମ୍ବିତ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଫେସ୍‌ବୁକ୍‌ରେ ହୋଇଥିବା ଡ଼ାଟା ଲିକ୍‌କୁ ନେଇ ଅନେକ ସମସ୍ୟା ଉପୁଜିଥିବା ବେଳେ ଏହି ଖବର ପୁଣି ଥରେ ବ୍ୟବହାରକାରୀଙ୍କୁ ଆନ୍ଦୋଳିତ କରିଛି । ଆଗକୁ ଏପରି ଭୁଲ ହେବ ନାହିଁ ବୋଲି ଫେସ୍‌ବୁକ୍‌ର ପ୍ରତିଷ୍ଠାତା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଭଳି କିଛି ଘଟଣା ବ୍ୟବହାରକାରୀଙ୍କ ବିଶ୍ୱାସକୁ ଦୋହଲାଇ ଦେଉଛି ।

ସମ୍ବନ୍ଧିତ ଖବର