ସବୁ ବାଧା ପ୍ରତିବନ୍ଧକକୁ ଆଡ଼େଇ ଶେଷରେ ଇତିହାସ ରଚିଲେ ୨୪ ବର୍ଷିୟା ମହିଳା ସାମ୍ବାଦିକା କବିତା; ସବରିମାଲା ପରିସରକୁ ପ୍ରବେଶ ସହ ଦର୍ଶନ କଲେ ଆୟପ୍ପାଙ୍କୁ

ସବରିମାଲା (କେରଳ): ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିର ମଧ୍ୟକୁ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କର ପ୍ରବେଶକୁ ନେଇ ବିବାଦ କ୍ରମେ ଉଗ୍ର ଓ ତୀବ୍ର ହେବାରେ ଲାଗିଛି। ଏପରିକି ପରିସ୍ଥିତି ହିଂସାତ୍ମକ ମୋଡ଼ ନେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ଏ ପରିସ୍ଥିତରେ ୨୪ ବର୍ଷ ବୟସ୍କା ଜନୈକା ମହିଳା ସାମ୍ବାଦିକା କବିତା ଜାକକାଲ ଆଜି (ଶୁକ୍ରବାର) ସାଙ୍ଗରେ ଆଉ ଜଣେ ସମବୟସ୍କା ଯୁବତୀଙ୍କୁ ଧରି ସବରିମାଲା ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସହ ଆୟପ୍ପାଙ୍କୁ ଦର୍ଶନ କରି ‘ଇତିହାସ’ ସୃଷ୍ଟି କରିଥିବା ଦାବି କରିଛନ୍ତି ।

ସାମ୍ବାଦିକା ଜାକକାଲ ମନ୍ଦିର ପରିସର ମଧ୍ୟକୁ ପ୍ରବେଶ କରିଥିଲେ ସୁଦ୍ଧା ମନ୍ଦିରର ଗର୍ଭଗୃହ ମଧ୍ୟରେ ପ୍ରବେଶ କରିବା ପାଇଁ ଆଉ ମାତ୍ର ୧୦୦ ମିଟର ଦୂରତାରେ ରହିଥିବା ବେଳେ ସେଠାରୁ ସ୍ୱଇଚ୍ଛାରେ ଫେରି ଆସିଛନ୍ତି। କାରଣ, ସାବରିମାଲା ମନ୍ଦିରର ଗର୍ଭଗୃହ ଠାରୁ ଆଉ ମାତ୍ର ୧୦୦ ମିଟରର ଦୂରତାରେ ରହିଥିବା ବେଳେ ସେମାନଙ୍କୁ ଦେଖିଦେଇ ମନ୍ଦିରର ମୁଖ୍ୟ ପୂଜକ ସେଠାରେ ଆଇନ୍‌ ଶୃଙ୍ଖଳା ଦାୟିତ୍ୱରେ ମୁତୟନ ଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ ଏସ୍‌. ଶ୍ରୀଜିତ୍‌ଙ୍କୁ କହିଥିଲେ ଯେ ଯଦି ଏହ ମହିଳା ଦ୍ୱୟ ଗର୍ଭଗୃହ ଭିତରକୁ ଆସନ୍ତି, ତେବେ ସେ ପୂଜା ବନ୍ଦ କରିଦେବା ସହ ମନ୍ଦିରର ଦ୍ୱାରକୁ ବନ୍ଦ କରିଦେବେ। ଏକଥା ଯେତେବେଳେ ପୁଲିସ୍‌ ଅଧିକାରୀ ଏସ୍‌. ଶ୍ରୀଜିତ୍‌ ସାମ୍ବାଦିକା କବିତାଙ୍କୁ ଜଣାଇଲେ ସେ ଆଉ ଗର୍ଭଗୃହ ଆଡ଼କୁ ଅଗ୍ରସର ନ ହୋଇ ସେଠାରୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ।

ଏ ସଂପର୍କରେ, ହାଇଦ୍ରାବାଦର ମୋଜୋ ଟିଭିରେ ସାମ୍ବାଦିକା ଥିବା ୨୪ ବର୍ଷ ବୟସ୍କା କବିତା ଜକକାଲ ଜଣମାଧ୍ୟମକୁ କହିଛନ୍ତି, ‘ଆଜି ଆମେ ଅତ୍ୟନ୍ତ ବିପଦଜନକ ପରିସ୍ଥିତି ମଧ୍ୟରେ ଏକ ହେଲ୍‌ମେଟ ସହ ବୁଲେଟପ୍ରୁଫ୍‌ ଜ୍ୟାକେଟ ପରିଧାନ କରି ପମ୍ବା ଠାରୁ ଶନିଧାନମ୍‌ ପର୍ଯ୍ୟନ୍ତ ଦୀର୍ଘ ୫ କିଲୋମିଟର ବାଟ ଚାଲି ଚାଲି ଆସି ସବରିମାଲା ମନ୍ଦିରରେ ପହଞ୍ଚିଥିଲୁ। ପୂରା ବାଟରେ ୩୦୦ରୁ ଉର୍ଦ୍ଧ୍ୱ ସୁରକ୍ଷା କର୍ମୀ ଆମକୁ ସୁରକ୍ଷା ପ୍ରଦାନ କରିଥିଲେ। ସବରିମାଲା ମନ୍ଦର ମଧ୍ୟରେ ପ୍ରବେଶ କରି ସାରିବା ପରେ ମନ୍ଦିରର ଗର୍ଭଗୃହ ଠାରୁ ଆଉ ମାତ୍ର ୧୦୦ ମିଟରର ଦୂରତାରେ ରହିଥିବା ବେଳେ ସେମାନଙ୍କୁ ଦେଖିଦେଇ ମନ୍ଦିରର ମୁଖ୍ୟ ପୂଜକ ସେଠାରେ ଆଇନ୍‌ ଶୃଙ୍ଖଳା ଦାୟିତ୍ୱରେ ମୁତୟନ ଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ ଏସ୍‌. ଶ୍ରୀଜିତ୍‌ଙ୍କୁ କହିଥିଲେ ଯେ ଯଦି ଏହ ମହିଳା ଦ୍ୱୟ ଗର୍ଭଗୃହ ଭିତରକୁ ଆସନ୍ତି, ତେବେ ସେ ପୂଜା ବନ୍ଦ କରିଦେବା ସହ ମନ୍ଦିରର ଦ୍ୱାରକୁ ବନ୍ଦ କରିଦେବେ। ତଥାପି ପୁଲିସ୍‌ ଆମକୁ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ଆଗକୁ ବଢ଼ିବାକୁ କହିଥିଲା। କିନ୍ତୁ, ଆମେ ଆଉ ଗର୍ଭ ଗୃହ ମଧ୍ୟକୁ ନଯାଇ ସେହିଠାରୁ ଆୟାପ୍ପାଙ୍କ ଦର୍ଶନ କରି ଫେରି ଆସିଥିଲୁ। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା’, ବୋଲି କହିଛନ୍ତି ସାମ୍ବାଦିକା କବିତା। ସାମ୍ବାଦିକା କବିତାଙ୍କ ଏ ପ୍ରକାରର ସାହସିକତା ପୂର୍ଣ୍ଣ କାର୍ଯ୍ୟ ପାଇଁ କେରଳ ମୁଖ୍ୟମନ୍ତ୍ରୀ ପୀନାରାୟୀ ବିଜୟନ ତାଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର