ଦେଶର ନୂଆ ମାମଲାର ୫୫ ପ୍ରତିଶତ ୫ ଜିଲ୍ଲାରୁ

ନୂଆଦିଲ୍ଲୀ: ଗତ ୨ ଦିନ ମଧ୍ୟରେ ଦେଶରେ କରୋନା ମାମଲା ୧୧ ପ୍ରତିଶତ ବଢ଼ିଛି। ଚଳିତ ସପ୍ତାହରେ ମାମଲା ୩୦ ପ୍ରତିଶତ ବଢ଼ିଛି। ଭାରତରେ ଜାନୁଆ‌ରି ୩୦ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଦେଶର ମୋଟ୍‌ ୭୪ ପ୍ରତିଶତ ମାମଲା କେବଳ ମେ’ରେ ରେକର୍ଡ କରାଯାଇଛି। ତେବେ ଦେଶର ସଂକ୍ରମଣ ମାମଲା ଗତ ୧୩ ଦିନ ମଧ୍ୟରେ ଦ୍ବିଗୁଣା ହୋଇଛି। ଯଦି ସଂକ୍ରମଣ ମାମଲା ଏମିତି ବଢ଼ିଚାଲେ ‌ତେବେ ବୁଧବାର ସୁଦ୍ଧା ଦେଶରେ ମାମଲା ୧ ଲକ୍ଷ ୫୦ ହଜାର ଟପିଯିବ। ତଥ୍ୟ ଅନୁଯାୟୀ ଗତ ୭ ଦିନ ମଧ୍ୟରେ ସର୍ବାଧିକ ସଂକ୍ରମଣ ମାମଲା ରହୁଥିବା ୧୦ ରାଜ୍ୟ ମଧ୍ୟରେ ବିହାର, କର୍ଣ୍ଣାଟକ ଏବଂ ମହାରା‌ଷ୍ଟ୍ର‌ରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ଗତ ୭ ଦିନ ମଧ୍ୟରେ ଥିବା ନୂଆ ମାମଲାରୁ ୬୩ ପ୍ରତିଶତ ମାମଲା ଏହି ୩ଟି ରାଜ୍ୟରୁ ଚିହ୍ନଟ ହୋଇଛି।

ଅନ୍ୟପକ୍ଷେ ପଶ୍ଚିମବଙ୍ଗରେ ମୃତ୍ୟୁହାର ୮ ପ୍ରତିଶତ ଥିବାବେଳେ ଗୁଜରାଟରେ ୬ ପ୍ରତିଶତ, ମଧ୍ୟପ୍ରଦେଶରେ ୪.୪ ପ୍ରତିଶତ ରହିଛି। ତେବେ ଗତ ୨ ଦିନ ମଧ୍ୟରେ ମୁମ୍ବାଇ, ଚେନ୍ନାଇ, ଥାନେ, ଅହମଦାବାଦ୍‌ ଏବଂ ପୁନେ ଜିଲ୍ଲାରେ ସଂକ୍ରମଣ ମାମଲା ମାତ୍ରାଧିକ ବଢ଼ିଛି। ଗତ ୨ ଦିନ ମଧ୍ୟରେ ଦେଶରେ ଯେଉଁ ନୂଆ ମାମଲା ଚିହ୍ନଟ ହୋଇଛି ତାର ୫୫ ପ୍ରତିଶତ କେବଳ ଏହି ୫ଟି ଜିଲ୍ଲାରୁ । ପଶ୍ଚିମବଙ୍ଗର କୋଲକାତା ଏବଂ ହାୱଡ଼ା ଏବଂ ଉତ୍ତରପ୍ରଦେଶର ବାରବାଙ୍କିରେ ବି ସଂକ୍ରମଣ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର