କରୋନା ବିରୋଧୀ ଲଢ଼େଇ, ପ୍ରିଣ୍ଟ୍‌ ମିଡିଆ ସବୁଠାରୁ ବିଶ୍ବସନୀୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢ଼େଇ ପାଇଁ ପୂରା ଦେଶ ଏକଜୁଟ ହୋଇଛି ଏବଂ ଏହି ଲଢ଼େଇରେ ନିରାଶାବାଦ, ନକାରାତ୍ମକତାର ଅପପ୍ରଚାରକୁ ରୋକିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାର କୋଭିଡି-୧୯ର ପ୍ରଭାବକୁ ରେକିବା ପାଇଁ ପ୍ରତିବଦ୍ଧ ବୋଲି ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଦେଶର ପ୍ରିଣ୍ଟ୍‌ ମିଡିଆର ୨୦ରୁ ଅଧିକ ପ୍ରତିନିଧିଙ୍କ ସହିତ ଆଲୋଚନାରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରିଣ୍ଟ୍‌ ମିଡିଆ ଏ କ୍ଷେତ୍ରରେ ସବୁଠୁ ଅଧିକ ବିଶ୍ବସନୀୟ ସାବ୍ୟସ୍ତ ହୋଇଛି ଏବଂ ଉଭୟ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଛି। ଭାଇରସ ସଂକ୍ରାମଣକୁ ରୋକିବା ପାଇଁ ବିଶ୍ବର ବିଭିନ୍ନ ଦେଶ ଗ୍ରହଣ କରିଥିବା ଉପାୟକୁ ମିଡିଆ ଦେଶବାସୀଙ୍କୁ ଅବଗତ କରାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର