ପାଣି ପାଇଁ ଲଢ଼େଇ କରି କଲପତ୍ରିଆ ବାଘର ମୃତ୍ୟୁ

ନୂଆଦିଲ୍ଲୀ: ଗୁରୁଗ୍ରାମ ଅନ୍ତର୍ଗତ ଆରାବଳୀ ପାର୍ବତ୍ୟାଞ୍ଚଳରେ ପାଣି ପାଇଁ ଲଢ଼େଇ କରି ମଙ୍ଗଳବାର ଦିନ ବର୍ଷକର ଗୋଟାଏ ମାଈ କଲରାପତ୍ରିଆ ବାଘର ମୃତ୍ୟୁ ଘଟିଥିବା କୁହାଯାଉଛି। ବନବିଭାଗ ଅଧିକାରୀମାନେ କହୁଛନ୍ତି କି, ଜଳସଙ୍କଟ ପଡ଼ିଥିବା ଅଞ୍ଚଳରେ ଅନ୍ୟ ଏକ କଲରାପତ୍ରିଆ ସହ ଇଲାକା ଅଧିକାର ଜନିତ ଲଢ଼େଇ ଯୋଗୁଁ ତା’ର ମୃତ୍ୟୁ ଘଟିଛି।

ଗୈରାତପୁର ଗାଁ ନିକଟରେ ଥିବା ଏକ ମନ୍ଦିର ନିକଟବର୍ତ୍ତୀ ଗୋଟାଏ ପ୍ରାକୃତିକ ପୁଷ୍କରଣୀ ଠାରୁ ମାତ୍ର ୧୦ ଫୁଟ୍‌ ଦୂରରେ କଲରାପତ୍ରିଆର ମଢ଼ ପଡ଼ିଥିଲା ବୋଲି ଗୁରୁଗ୍ରାମ ରେଞ୍ଜ୍‌ର ଡିଏଫ୍‌ଓ କହିଛନ୍ତି। ସ୍ଥାନୀୟ ଲୋକେ ସକାଳ ୭ଟା ବେଳେ ଏହା ଦେଖି ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ।

ବାଘଟିର ବେକର ତଳ ପଟ ଏବଂ ମୁଣ୍ଡରେ ଖଣ୍ଡିଆଖାବର ହୋଇଛି। ଏହି କ୍ଷତ ଅନ୍ୟ ଗୋଟାଏ କଲରାପତ୍ରିଆ ଆକ୍ରମଣ ଯୋଗୁଁ ହେବା ପରି ଦେଖାଯାଉଛି। ଏହାଛଡ଼ା ତା’ର ବେକ ତଳି ସାମ୍ନା ଦୁଇ ଗୋଡ଼ ମଧ୍ୟ ଖଣ୍ଡିଆ ହୋଇଛି।

ସେ କହିଛନ୍ତି: କଲରାପ୍ରତିଆମାନେ ଭାରି ଉଗ୍ର ଏବଂ ଇଲାକାବାଦୀ। ଗ୍ରୀଷ୍ମ ଉତ୍ତାପ ଯୋଗୁଁ ପାଣି ସନ୍ଧାନରେ ସେମାନେ ଅନ୍ୟର ଇଲାକାକୁ ଚାଲି ଯାଆନ୍ତି।

ସମ୍ବନ୍ଧିତ ଖବର