କମାଲ କଲେ ଭାରତୀୟ ଛାତ୍ର : ତିଆରି କଲେ ରୋବୋଟିକ୍ ହ୍ୟାଣ୍ଡ ସାନିଟାଇଜର

ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: କ‌ରୋନାଭାଇରସର ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକେ ସାନିଟାଇଜର ବ୍ୟବହାର କରୁଥିଲେ ମଧ୍ୟ ସାନିଟାଇଜର ବୋତଲକୁ ସ୍ପର୍ଶ କରି କିଛି ଲୋକ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଦୁବାଇରେ ପଢ଼ୁଥିବା ଗ୍ରେଡ୍ ୭ର ଭାରତୀୟ ଛାତ୍ର ଏକ ରୋବୋଟିକ୍ ହ୍ୟାଣ୍ଡ ସାନିଟାଇଜର ତିଆରି କରିଛନ୍ତି।

କରୋନାଭାଇରସ୍ ସଂକ୍ରମଣ ଆଶଙ୍କା ମଧ୍ୟରେ “ନିରାପଦରେ ରୁହ ଏବଂ ପରିଷ୍କାର ରୁହ” ସ୍ଲୋଗାନରେ  ଉତ୍ସାହିତ ହୋଇ ୟୁଏଇର ଭାରତୀୟ ଛାତ୍ର ଏକ ରୋବୋଟିକ୍ ହ୍ୟାଣ୍ଡ ସାନିଟାଇଜର ତିଆରି କରିଛନ୍ତି, ଯାହାକି ୩୦ସେମି ଦୂରରୁ ଲୋକଙ୍କ ହାତକୁ ଚିହ୍ନଟ କରି ସାନିଟାଇଜର ଦେବ। ଦୁବାଇର ସ୍ପ୍ରିଙ୍ଗ ଡାଲ୍ସ ସ୍କୁଲର ଛାତ୍ର ସିଦ୍ଧ ସାଙ୍ଗବୀ କହିଛନ୍ତି ଯେ, ତାଙ୍କ ମା’ ତାଙ୍କୁ ଏକ ଭିଡିଓ ଦେଖାଇଥିଲେ, ଯେଉଁଠାରେ ଲୋକମାନେ ହାତ ସଫା କରିବା ପାଇଁ ସାନିଟାଇଜର ବୋତଲକୁ ସ୍ପର୍ଶ କରି ସଂକ୍ରମିତ ହେଉଥିବା ଦେଖାଯାଇଥିଲା। ଏହି ଭିଡିଓ ଦେଖିବା ପରେ ସମସ୍ୟାର ସମାଧାନ ପାଇଁ ସେ ଗବେଷଣା କରିବା ଆରମ୍ଭ କରି ଦେଇଥିଲେ। ପରେ ଏସଟିଇଏମ୍ ଟେକ୍ନୋଲୋଜି ବ୍ୟବହାର କରି କିଛି ନୂଆ ସୃଷ୍ଟି କରିବା ନେଇ ଭାବିଥିଲେ ସାଙ୍ଗବୀ, ଯେଉଁଠି ଏକ ମେସିନ୍ ସାନିଟାଇଜରକୁ ସ୍ୱୟଂଚାଳିତ ଭାବରେ ଲୋକଙ୍କୁ ବିତରଣ କରିପାରିବ। ଏ ନେଇ ଲୋକଙ୍କୁ ସାନିଟାଇଜର ବୋତଲକୁ ସ୍ପର୍ଶ କରିବାକୁ ପଡ଼ିବ ନାହିଁ।

newindianexpress.com

କୃତ୍ରିମ ଇଣ୍ଟେଲିଜେନ୍ସ ପ୍ରତି ଆଗ୍ରହ ଥିବା ସାଙ୍ଗଭୀ କହିଛନ୍ତି, “ରୋବୋଟିକ୍ ହ୍ୟାଣ୍ଡ ସାନିଟାଇଜର ଦ୍ବାରା ହାତ ଧୋଇବା ଅତ୍ୟନ୍ତ ମଜାଦାର ହେବା ସହ ଲୋକଙ୍କ ମନରୁ କୋଭିଡ -୧୯ ମହାମାରୀ ଭାଇରସ ଦ୍ବାରା ସଂକ୍ରମଣ ହେବାର ଭୟ ମଧ୍ୟ ଦୂରେଇ ଦେବ।

ସମ୍ବନ୍ଧିତ ଖବର