ଚଳଚ୍ଚିତ୍ର ନିର୍ଦେଶକ ମଣିରତ୍ନମ୍‌ଙ୍କ ଅଫିସ୍‌ରେ ବୋମା ଗୁଜବ

ଚେନ୍ନାଇ: ମୈଲାପୁର ଅନ୍ତର୍ଗତ କେଶବ ପେରୁମଲ କୋବିଲ ଷ୍ଟ୍ରିଟ୍‌ରେ ଥିବା ଚଳଚ୍ଚିତ୍ର ନିର୍ଦେଶକ ମଣିରତ୍ନମ୍‌ଙ୍କ କାର୍ଯ୍ୟାଳୟରେ ବୋମା ଥବା କଥା ସୋମବାର ରାତିରେ ଏକ ଫୋନ୍‌ କଲ୍‌ ମଳିଥିଲା। ଦଳେ ବୋମା ଠାବ ଓ ନିଷ୍କ୍ରିୟକାରୀ ଦଳ ତାଙ୍କ କାର୍ଯ୍ୟଳୟରେ ତନ୍ନ ତନ୍ନ କରି ତଦନ୍ତ କରିବା ପରେ କଲ୍‌ ମିଛ ଧମକାଣ ବୋଲି ଘୋଷଣା କରିଛନ୍ତି।
ଫୋନ୍‌ କରିଥିବ ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।

The Hindu

ଗତ ସପ୍ତାହରେ ମଣିରତ୍ନମ୍‌ଙ୍କ ସଦ୍ୟତମ ତାମିଲ ଚଳଚ୍ଚିତ୍ର ‘ଚେକ୍କ ଚିବନ୍ତ ବାନମ୍‌’ ରିଲିଜ୍‌ ହୋଇଛି। ଏଥିରେ ଅରବିନ୍ଦ ସ୍ୱାମୀ, ବିଜୟ ସେତୁପତି, ସିଳମ୍ବାରସନ, ଅରୁଣ ବିଜୟ, ଜ୍ୟୋତିକା, ଅଦିତି ରାଓ ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଚଳଚ୍ଚିତ୍ରରେ ଗୋଟିଏ ସମ୍ପ୍ରଦାୟକୁ ମଣି ରତ୍ନମ୍‌ ସମାଲୋଚନା କରିଥିବାରୁ ଏକ ଚରମପନ୍ଥୀ ସଂଗଠନ ଆପତ୍ତି କରିଥିଲା। ଚଳଚ୍ଚିତ୍ରରୁ କେତେକ ସଂଳାପ ଉଠାଇ ଦେବାକୁ ସେମାନେ ଦାବି କରିଥିଲେ।
ମିଛ ଫୋନ୍‌ ସେହି ସଂଗଠନର ସଦସ୍ୟମାନେ କରିଥିବେ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର