କରୋନା ଭାଇରସ୍‌: ଚୀନ ଫେରନ୍ତା ୪୦୬ ଜଣ ଭାରତୀୟଙ୍କ ରକ୍ତ ନମୁନା ନେଭେଟିଭ୍‌

ନୂଆଦିଲ୍ଲୀ: ଚୀନ୍‌ର ଉହାନ୍‌ରୁ ଫେରିଥିବା ସମସ୍ତ ୪୦୬ ଜଣ ଭାରତୀୟଙ୍କ ରକ୍ତ ନମୂନା ପରୀକ୍ଷାରୁ ଜଣାପଡ଼ିଛି ଯେ, ସେମାନେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ନାହାନ୍ତି। ଏହି ସମସ୍ତ ଲୋକଙ୍କୁ ଆଇଟିବିପିର ଏକ ଭିନ୍ନ  କେନ୍ଦ୍ରରେ ରଖାଯାଇଥିଲା। ଏମାନଙ୍କୁ ସୋମବାର ଠାରୁ ଘରକୁ ଯିବାପାଇଁ କୁହାଯାଇପାରେ। ଜାତୀୟ ଗଣମାଧ୍ୟମକୁ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଡାକ୍ତର ଟିମ ଶୁକ୍ରବାର ଭାରତ ତିବ୍ଦତ ସୀମା ପୁଲିସ (ଆଇଟିବିପି)ର ଭିନ୍ନ ଭିନ୍ନ କେନ୍ଦ୍ରରୁ ସମସ୍ତ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲା। ଆଇଟିବିପିର ମୁଖପାତ୍ର ରବିବାର କହିଛନ୍ତି, ସବୁ ଲୋକଙ୍କ ରକ୍ତ ନମୁନା ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି ଯେ, ଏମାନଙ୍କ ମଧ୍ୟରୁ କେହି ବି କରୋନା ଭାଇରସ୍‌ ସଂକ୍ରମଣର ଶିକାର ହୋଇ ନାହାନ୍ତି।

ସେ କହିଛନ୍ତି କି, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ସ୍ବତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ୪୦୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସୂଚନାଯୋଗ୍ୟ, ମନ୍ତ୍ରାଳୟ ତରଫରୁ କୁହାଯାଇଥିଲା ଯେ, ଜାନୁଆରି ୧୫ ପରେ ଯିଏ ଚୀନରୁ ଭାରତ ଫେରିବେ, ସେମାନଙ୍କୁ ପୃଥକ ଭାବେ ରଖାଯିବ।

ସମ୍ବନ୍ଧିତ ଖବର