ଏଣିକି ବିନା ପ୍ଲାର୍ଟଫର୍ମ ଟିକେଟରେ ରେଳ ଷ୍ଟେସନରେ ପ୍ରବେଶ କଲେ ଜରିମାନା ସାଙ୍ଗକୁ ଦେବାକୁ ପଡିବ ଦୁଇଗୁଣା ଯାତ୍ରା ଭଡା

ନୂଆଦିଲ୍ଲୀ : ବିନା ପ୍ଲାର୍ଟଫର୍ମ ଟିକେଟରେ ରେଳ ଷ୍ଟେସନରେ ପ୍ରବେଶ କରିବା ଆପଣଙ୍କୁ ଏଣିକି ମହଙ୍ଗା ପଡିପାରେ । ଯଦି ଆପଣ ରେଲୱେ ଷ୍ଟେସନମାନଙ୍କରେ ବିନା ପ୍ଲାର୍ଟଫର୍ମ ଟିକେଟରେ ଧରାପଡନ୍ତି ତେବେ ଆପଣଙ୍କ ପକେଟରୁ ମୋଟା ଅଙ୍କର ଟଙ୍କା ଯିବା ତ ନିଶ୍ଚତ, ଏଥିସହିତ ସେହି ସମୟରେ ଯଦି କୌଣସି ଟ୍ରେନ ଆସି ଉକ୍ତ ଷ୍ଟେସନରେ ଲାଗିଥାଏ କିମ୍ବା ଛାଡିଥାଏ ତେବେ ଏଥିପାଇଁ ବି ଆପଣଙ୍କୁ ରେଳ ଭଡା ଦେବାକୁ ପଡିପାରେ । ଆଜ୍ଞା ହଁ ! ଏଭଳି ହିଁ କିଛି ନିୟମ ଭାରତୀୟ ରେଳ ବିଭାଗ ପକ୍ଷରୁ ଲାଗୁ କରାଯାଇଛି, ଯାହା ସଂପର୍କରେ ଆପଣ ଏବେବି ଅଜ୍ଞ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଫ୍ଲାର୍ଟଫର୍ମ ଟିକେଟ ଏବଂ ଏହା ସହ ଜଡିତ କିଛି ଜରୁରୀ ସୂଚନା..

 

ପ୍ଲାର୍ଟଫର୍ମ ଟିକେଟ କଣ

ଦେଖିବାକୁ ଏହା ଅବିକଳ ରେଳ ଟିକେଟ ଭଳି କିନ୍ତୁ କେବଳ ପ୍ଲାର୍ଟଟଫର୍ମରେ ଯିବା ପାଇଁ ଏହା ମାନ୍ୟ ଅଟେ । ଅର୍ଥାତ୍ ଏହି ଟିକେଟକୁ ଆଧାର କରି ଆପଣ ନା ତ କୌଣସି ଟ୍ରେନରେ ଯାତ୍ରା କରିପାରିବେ ନା ହିଁ ଏହି ଟିକେଟ ଜରିଆରେ ଆପଣ କୌଣସି ସେବା ଉଠାଇପାରିବେ । ଏହି ଟିକେଟ ସେହି ମାନଙ୍କ ପାଇଁ ହୋଇଥାଏ, ଯେଉଁମାନେ କି ବନ୍ଧୁ ପରିଜନଙ୍କୁ ଷ୍ଟେସନରେ ଛାଡିବା ପାଇଁ ଆସିଥାନ୍ତି । କାହିଁକି ନା କୌଣସି ବି ବ୍ୟକ୍ତିକୁ ରେଲୱେ ପ୍ଲାର୍ଟଫର୍ମରେ ପ୍ରହେଶ କରିବାକୁ ଅନୁମତି ମିଳିନଥାଏ । ତେଣୁ ଏହି ଦୃଷ୍ଟିରୁ ଲୋକଙ୍କୁ ପ୍ଲାର୍ଟଫର୍ମ ଟିକେଟ ଉପଲବ୍ଧ କରାଯାଇଥାଏ ।

କେଉଁ କାରଣରୁ ଲାଗୁ ହୋଇଥାଏ ଜରିମାନା

ପ୍ଲାର୍ଟଫର୍ମ ଟିକେଟର ଦାମ ସାଧାରଣ ୧୦ ଟଙ୍କା ହୋଇଥାଏ । କିନ୍ତୁ ଅଧିକାଂଶ ସମୟରେ ଲୋକେ ବିନା ପ୍ଲାର୍ଟଫର୍ମ ଟିକେଟରେ ଷ୍ଟେସନ ଭିତରେ ପ୍ରବେଶ କରିପକାନ୍ତି । ଏଭଳି ପରିସ୍ଥିତିରେ ଯଦି ଟିକେଟ ଚେକିଂ ଷ୍ଟାଫ ତଥା ଟିଟିଇ ହାବୁଡରେ ପଡିଯାଆନ୍ତି ତେବେ ଆପଣଙ୍କ ପକେଟରୁ ୨୫୦ ଟଙ୍କା ଯିବା ଏକପ୍ରକାରେ ନିଶ୍ଚିତ । ଖାଲି ଏତିକି ନୁହେଁ ଯଦି କୌଣସି ବ୍ୟକ୍ତି ଷ୍ଟେସନ ମଧ୍ୟରେ ବିନା ପ୍ଲାର୍ଟଫର୍ମ ଟିକେଟରେ ଧରା ପଡନ୍ତି ଏବଂ ଏହି ସମୟରେ ସେଠାରେ କୌଣସି ଟ୍ରେନ ଆସି ପହଂଚିଥାଏ କିମ୍ବା ଛାଡିଥାଏ ତେବେ ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କଠାରୁ ସେହି ଟ୍ରେନର ଦୁଇଗୁଣା ଭଡା ମଧ୍ୟ ଆଦାୟ କରାଯାଇପାରେ ।

କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା

ତେବେ ପ୍ଲାର୍ଟଫର୍ମ ଟିକେଟ କେବଳ ନୋଟିଫାଇଡ ଷ୍ଟେସନରେ ହିଁ ଜାରି କରାଯାଇଥାଏ । ଏହି ପ୍ଲାର୍ଟଫର୍ମରେ ଯିବାର ଅଧିକାର ଦିଆଯାଇଥାଏ । ଜାରି କରାଯିବାର ୨ ଘଂଟା ପର୍ଯ୍ୟନ୍ତ ଏହା ମାନ୍ୟ ରହିଥାଏ । ଏହାର କାରଣ ହେଲା, ଏହା ଉପରେ ଟିକେଟ କାଟିବାର ସମୟ ଏବଂ ତାରିଖ ବି ପ୍ରିଣ୍ଟ କରାଯାଇଥାଏ । ସେହିପରି ଏହି ଟିକେଟଗୁଡିକର ରିଫଣ୍ଡ ମଧ୍ୟ ମିଳିନଥାଏ । ଯେବେକି ସାମ୍ବାଦିକ ଏବଂ ଖବରକାଗଜ ଏଜେନ୍ସିଙ୍କୁ ଏହାର ମାତ୍ର ଏକ ଚତୁର୍ଥାଂଶ ଭାଗ ଦେବାକୁ ପଡିଥାଏ ।

କେଉଁମାନଙ୍କୁ ମାଗଣାରେ ମିଳିଥାଏ ଟିକେଟ୍

ପୋଷ୍ଟ ଆଣ୍ଡ ଟେଲିଗ୍ରାଫ ବିଭାଗ, ମିଲିଟାରୀ ପୁଲିସ୍, ସିଭିଲ ପୁଲିସ, ରେଲୱେ ପୁଲିସ, ଆୟକର ବିଭାଗର କର୍ମଚାରୀ, ସେବା ସମିତି, ବଏ ସ୍କାଉଟ୍ସ ଅର୍ଗାନାଇଜେସନ, ରେଲୱେ କନଟ୍ରାକ୍ଟର୍ସ ଏବଂ ସେମାନଙ୍କର କର୍ମଚାରୀମାନଙ୍କୁ ମାଗଣାରେ ପ୍ଲାର୍ଟଫର୍ମ ଟିକେଟ୍ ଉପଲବ୍ଧ କରାଯାଇଥାଏ।

ସମ୍ବନ୍ଧିତ ଖବର