ଯୋଗ ଦିବସରେ ଭାରତୀୟ ସେନାର ‘ଡଗ୍‌ ୟୁନିଟ୍‌’ର ଫଟୋ ଦେଇ ଥଟା କରିଥିବା କାରଣରୁ ରାହୁଲଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଳୀ: ଅନ୍ତର୍ଜାତୀୟ ଯୋଗ ଦିବସରେ ଭାରତୀୟ ସେନାର ‘ଡଗ୍‌ ୟୁନିଟ୍‌’ ଯୋଗ କରୁଥିବା ବେଳର ଫଟୋକୁ ଟ୍ଵିଟର୍‌ରେ ସେୟାର୍‌ କରି ପରିହାସ କରିଥିବା ଅଭିଯୋଗରେ ରାହୁଲଙ୍କ ନାମରେ ମାମଲା ରୁଜୁ ହୋଇଛି। ରାହୁଲଙ୍କ ନାମରେ ଅଜାଦ ମୈଦାନ ପୁଲିସ୍‌ ଷ୍ଟେସନ୍‌ରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି ମୁମ୍ବାଇ ଓକିଲ ଅଟଳ ବିହାରୀ ଦୁବେ। ଓକିଲ ଜଣକ ଅଭିଯୋଗ ଆଣି କହଛନ୍ତି ଯେ ଯୋଗ ଦିବସରେ ରାହୁଲ କରିଥିବା ଟ୍ଵିଟ୍‌ ଭାରତୀୟ ସେନା ସହ ଯୋଗ ଦିବସର ମଜାକ ଉଡ଼ାଇଛି।

ଶ୍ରୀ ଦୁବେ ଅଭିଯୋଗ କରି ଲେଖିଛନ୍ତି, ‘ମୁଁ ଦେବାକୁ ପାଇଲି ଯେ ଶ୍ରୀ ରାହୁଲ ଗାନ୍ଧୀ ‘ନିୟୁ ଇଣ୍ଡିଆ’ କ୍ୟାପ୍‌ସନରେ ୨୦୧୯ ମସିହାର ଜୁନ୍‌ ୨୧ ଅପରାହ୍ନ ୪.୧୨ ମିନିଟ୍‌ରେ ତାରିଖରେ ଟ୍ଵିଟର୍‌ରେ ୨ଟି ଫଟୋ ଅପ୍‌ଲୋଡ କରିଛନ୍ତି। ଯାହାକି ଆମ ସେନା ଓ ଯୋଗ ଦିବସର ମାନ ହ୍ରାସ କରୁଛି।’

ସେ କରିଥିବା ଅଭିଯୋଗର ଏକ କପିକୁ ଟ୍ଵିଟ୍‌ କରି ଅଜାଦ ମୈଦାନ ପୁଲିସ୍‌ ଷ୍ଟେସନ୍‌ରେ ରାହୁଲଙ୍କ ନାମରେ ସେ ଅଭିଯୋଗ ଆଣିଛନ୍ତି ବୋଲି ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ଯୋଗ ଦିବସରେ ଭାରତୀୟ ସେନାର ‘ଡଗ୍‌ ୟୁନିଟ୍‌’ ଯୋଗ କରୁଥିବା ବେଳର ଫଟୋକୁ ଟ୍ଵିଟର୍‌ରେ ସେୟାର୍‌ କରି ଲେଖିଥିଲେ ‘ନିୟୁ ଇଣ୍ଡିଆ’। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ନିୟୁ ଇଣ୍ଡିଆ’ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଲୋକପ୍ରିୟ ସ୍ଳୋଗାନ୍‌। ରାହୁଲ ସେହି ସ୍ଲୋଗାନ୍‌କୁ ବ୍ୟବହାର କରି ଥଟା କରଥିଲେ।

ରାହୁଲଙ୍କର ଏହି ଟ୍ଵିଟ୍‌ ପରେ ବିଜେପିର କନିଷ୍ଠ ସାଂସଦ ତେଜସ୍ୱୀ ସୂର୍ଯ୍ୟ ମଧ୍ୟ ରାହୁଲଙ୍କର ଏପରି ଟ୍ଵିଟ୍‌ ପାଇଁ ତାଙ୍କୁ ନିନ୍ଦା କରି ଏକ ପ୍ରତି ଟ୍ଵିଟ୍‌ ଲେଖିଥିଲେ। ଟ୍ଵିଟର୍‌ ବ୍ୟବହାରକାରୀମନେ ଓଲଟା ରାହୁଲଙ୍କୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର