ଡ୍ୟାନ୍ସ ଏକାଡେମିରେ ଲାଗିଲା ନିଆଁ, ଦୁଇମହଲା ଛାତରୁ ଡେଇଁଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନ୍ୟୂଜର୍ସିର ଇଡେଜଓ୍ଵାଟରରେ ଏକ ଡ୍ୟାନ୍ସ ଏକାଡେମିରେ ନିଆଁ ଲାଗିଯିବାରୁ ଛାତ୍ରଛାତ୍ରୀ ମାନେ ଦୁଇ ମହଲା ଉପରୁ ଡେଇଁ ପଡିଥିଲେ । ଲୋକମାନେ ତଳେ ଛିଡା ହୋଇ ସିଡି ସାହାଯ୍ୟରେ ପିଲାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଏଥିରେ ସଫଳ ହୋଇନଥିଲେ । ଅଗ୍ନିଶମ ବିଭାଗର ମୁଖ୍ୟ ଷ୍ଟେଭ କ୍ୟୁରି କହିଛନ୍ତି, ଏହି ଘଟଣା ଗତ ଏପ୍ରିଲ ୯ ସଂଧ୍ୟା ୬.୪୫ରେ ଘଟିଥିଲା । ପ୍ରଥମେ ତଳ ମହଲାରେ ନିଆଁ ଲାଗିଥିଲା ଓ ତା ପରେ ଉପର ମହଲାକୁ ବ୍ୟାପିଥିଲା । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି, ଏହି ଘଟଣାର ତଦନ୍ତ ଜାରି ରହିଛି ।

https://www.youtube.com/watch?v=D87Iap6N-B4

ପ୍ରଫେସନାଲ ଆର୍ଟ ଏକାଡେମିର ମୁଖ୍ୟ ଟୁଇଟ କରି ତାଙ୍କର ଶୁଭ ଚିନ୍ତକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଏକ ବଡ ବିପଦରୁ ଆମ ଛାତ୍ରଛାତ୍ରୀ ଓ ଶିକ୍ଷକ ରକ୍ଷା ପାଇଯାଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଛୋଟ ପିଲାମାନେ ଜଣଙ୍କ ପରେ ଜଣେ ଦୁଇ ମହଲା ଛାତ ଉପରୁ ଡେଇଁଥିଲେ । ଏହି ଦୃଶ୍ୟ ଅତି ଆଶ୍ଚର୍ଯ ଜନକ ଥିଲା, ସମସ୍ତେ ଚିତ୍କାର କରୁଥିଲେ ଓ କିଏ କିଏ ଝରକା ପଟେ ମଧ୍ୟ ତଳକୁ ଡେଇଁ ପଡୁଥିଲେ ।

ସମ୍ବନ୍ଧିତ ଖବର