ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ; ଘଟଣାସ୍ଥଳରେ ପହଞ୍ଚିଲା ୯ ଦମକଳ ଗାଡ଼ି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆଦିଲ୍ଲୀ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ସରକାରୀ ବାସଭବନରେ ଆଜି ସନ୍ଧ୍ୟାରେ ଏକ ଅଗ୍ନିକାଣ୍ଡ ଘଟିଛି। ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ୯ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସୂତ୍ରରୁ ପ୍ରକାଶ ଆଜି ସନ୍ଧ୍ୟା ୭ଟା ୨୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆଦିଲ୍ଲୀ ୭ ଲୋକକଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ଏକ ଅଗ୍ନିକାଣ୍ଡ ଘଟିଥିଲା। ତେବେ, ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଥିବା  ଏଏନ୍ଆଇ କହିଛି। ତେବେ ଏହି ଦୁର୍ଘଟଣା ଘଟିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବାସଭବନରେ ଉପସ୍ଥିତ ଥିଲେ କି ନାହିଁ ଜଣାପଡ଼ି ନାହିଁ। ଘଟଣା ସଂପର୍କରେ ଖବର ପାଇବା ପରେ ୯ଟି ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ସବିଶେଷ ଖବରକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର