ମୁମ୍ବାଇ ଭାରତ ପେଟ୍ରୋଲିୟମ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ; ୪୩ ଆହତ

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ସଂସ୍ଥା ପକ୍ଷରୁ ଜାରି ରହିଛି ଜୋରଦାର ପ୍ରୟାସ

ମୁମ୍ବାଇ: ମୁମ୍ବାଇର ଚେମ୍ବୁରସ୍ଥିତ ଭାରତ ପେଟ୍ରୋଲିୟମ ପ୍ଲାଣ୍ଟରେ ଆଜି (ବୁଧବାର) ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଘଟଣା ସଂପର୍କରେ ଖବର ପାଇବାପରେ ଅଗ୍ନିଶମ ସେବାସଂସ୍ଥା କର୍ମଚାରୀମାନେ ନିଆଁଲିଭା ଗାଡ଼ି ସହ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଥିବା ଜାଣିବାକୁ ମିଳିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣ ଆହତ ହୋଇଥିବା ବେଳେ, ଏହି ରିପୋର୍ଟ ଲୋଖାଯିବା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଚେମ୍ବୁରସ୍ଥିତ ଭାରତ ପେଟ୍ରୋଲିୟମ କର୍ପୋରେସନ୍‌ ଲିମିଟେଡ୍‌ର ଆର୍‌ଏମ୍‌ପି ପ୍ଲାଣ୍ଟରେ ଏକ ବିସ୍ଫୋରଣ ଘଟିବା ସହ ପ୍ଲାଣ୍ଟରେ ନିଆଁ ଲାଗି ଯାଇଥିଲା। ଏହି ବିସ୍ଫୋରଣର ପ୍ରଭାବରେ ପ୍ଲାଣ୍ଟ ଚତୁର୍ପାଶ୍ୱରେ ଏକ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଥରି ଉଠିଥିଲା।


ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ଚେମ୍ବୁରସ୍ଥିତ ଭାରତ ପେଟ୍ରୋଲିୟମ କର୍ପୋରେସନ୍‌ ଲିମିଟେଡ୍‌ର ଆର୍‌ଏମ୍‌ପି ପ୍ଲାଣ୍ଟରେ ଏକ ବିସ୍ଫୋରଣ ଘଟିବା ସହ ପ୍ଲାଣ୍ଟରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ସେବାସଂସ୍ଥାର ଏକାଧିକ ୟୁନିଟ ଜୁମ୍ବୋ ଟ୍ୟାଙ୍କର ବିଶିଷ୍ଟ ନିଆଁଲିଭା ଗାଡ଼ି ସମେତ ନିଆଁକୁ ଆୟତ୍ତ କରିବା ପାଇଁ ଅନ୍ୟ ସାଜ ସରଞ୍ଜାମ ସହ ଘଟଣାସ୍ଥଳରେ ପହଞ୍ଚି ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି। ତେବେ, ଆରଏମ୍‌ପି ପ୍ଲାଣ୍ଟରେ କାହିଁକି ବିସ୍ଫୋରଣ ଘଟିଲା ଓ କେଉଁ କାରଣ ପାଇଁ ପ୍ଲାଣ୍ଟରେ ନିଆଁ ଲାଗିଲା ତାହାର କୌଣସି କାରଣ ଜଣା ପଡ଼ିନାହିଁ। ସେହିପରି ଏହି ରିପୋର୍ଟ ଲୋଖାଯିବା ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଛନ୍ତି କି ନାହିଁ ଏବଂ ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ କେତେ ସେ ସଂପର୍କରେ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର