କୋଲକାତାର ସବୁଠାରୁ ଉଚ୍ଚା ଆବାସିକ ବିଲଡିଂ ‘ଦ ୪୨’ରେ ଲାଗିଲା ନିଆଁ

କୋଲକାତା: କୋଲକାତାରେ ନିର୍ମାଣାଧୀନ ଥିବା ସବୁଠାରୁ ଉଚ୍ଚା ଆବାସିକ ବିଲଡିଂ ‘ଦ୪୨’ରେ ଆଜି ସନ୍ଧ୍ୟାରେ ଏକ ଅଗ୍ନିକାଣ୍ଡ ଘଟିଛି। ତେବେ, ଏହା ଭୀଷଣ ରୂପ ଧାରଣ କରିବା ଅଗ୍ନିଶମ ସେବାସଂସ୍ଥାର ଆଗ୍ନିକମାନେ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲାଗିଥିବା ନିଆଁକୁ ଆୟତ୍ତ କରି ନେଇଥିବା ଜାଣିବାକୁ ମିଳିଛି।

ଦକ୍ଷିଣ କୋଲକତାର ଚୌରଙ୍ଗି ରୋଡ୍‌ରେ ଏବେ ନିର୍ମାଣଧୀନ ଅବସ୍ଥାରେ ଥିବା ୮୭୯ ଫୁଟ ଉଚ୍ଚତା ବିଶିଷ୍ଟ ୬୩ ମହଲାର ଏହି ଆବାସିକ ବିଲଡିଂରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ବିଲଡିଂର ୮ମ ଓ ୯ମ ମହଲାରେ ଏସି ମେସିନ୍‌ ଲଗାଇବା ପାଇଁ େଓ୍ଵଲଡିଂ କାର୍ଯ୍ୟ ଚାଲିଥିବା ବେଳେ ବିଲଡିଂରେ ନିଆଁ ଲାଗି ଯାଇଥିଲା। ତେବେ, ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ସେବାସଂସ୍ଥାର ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲାଗିଥିବା ନିଆଁକୁ ଆୟତ୍ତ କରି ନେଇଥିଲେ। ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକା ଯାଇପାରିଛି। ଅନ୍ୟପକ୍ଷରେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର