ସୁରଟର ରଘୁବୀର ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳି ଗଲା କୋଟି କୋଟି ଟଙ୍କାର କପଡ଼ା
ସୁରଟ: ଗୁଜୁରାଟସ୍ଥିତ ସୁରଟର ରଘୁବୀର ବଜାରରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ୭ ତାଲା ବିଶିଷ୍ଟ ଏହି ମାର୍କେଟ କମ୍ପ୍ଲେକ୍ସରେ ଘଟିଥିବା ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି କିନ୍ତୁ କୋଟି କୋଟି ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇ ଯାଇଛି । ସୁରଟର ସରୋଲି ଅଞ୍ଚଳର ବିଶାଳ କପଡ଼ା କମ୍ପ୍ଲେକ୍ସ ରଘୁବୀର ବଜାରରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ରଘୁବୀର ବଜାରରେ ନିଆଁ ଲାଗିଯିବା ପରେ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୬୦ଟି ଦମକଳ ଗାଡ଼ି ପହଞ୍ଚିଥିବା ସୂଚନା ରହିଛି। ତେବେ, ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି ତାହା ଏଯାବତ୍ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
Fire breaks out in Surat’s Raghuveer market, reports ANI#SuratFire#Surat pic.twitter.com/hXzmTc41S0
— TOI Surat (@TOISurat) January 21, 2020
ଉପର ମହଲାରେ ଥିବା ଏକ ଦୋକାନରେ ପ୍ରଥମେ ନିଆଁ ଲାଗିବା ପରେ ଧୀରେ ଧୀରେ ଏହି ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଯଦିଓ ଅଗ୍ନିକାଣ୍ଡର କାରଣ କର୍ମଚାରୀମାନେ ଜାଣିପାରିନାହାନ୍ତି, ମାତ୍ର ପଲିଷ୍ଟର୍ କପଡ଼ା ହେତୁ ଏହି ନିଆଁ ଚାରିଆଡ଼େ ବ୍ୟାପି ଯାଇଥିବା ସୂଚନା ଦେଇଛନ୍ତି। ଏହି ଅଗ୍ନକାଣ୍ଡରେ କୋଟି କୋଟି ଟଙ୍କାର କପଡ଼ା ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଏହି ବଜାରରେ ଦ୍ବିତୀୟ ଥର ପାଇଁ ଅଗ୍ନିକାଣ୍ଡ ଘଟିଛି। ପୂର୍ବରୁ ଜାନୁଆରି ୮ ତାରିଖରେ ରଘୁବୀର ବଜାରରେ ଅଗ୍ନକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ ସେଠାରେ ଆବଶ୍ୟକୀୟ ନିରାପତ୍ତା ଉପକରଣ ଲଗାଇବା ପାଇଁ ନୋଟିସ୍ ଜାରି କରିଥିଲା।