କୁମ୍ଭମେଳାର ଦିଗମ୍ବର ଆଖଡ଼ା ଅଗ୍ନିକାଣ୍ଡ

ଲକ୍ଷ୍ନୌ: କୁମ୍ଭମେଳା ପାଇଁ ସମଗ୍ର ପ୍ରୟାଗରାଜରେ ଭକ୍ତ, ସାଧୁ ସନ୍ଥମାନଙ୍କ ଭିଡ଼ ଲାଗିଛି। ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ କୁମ୍ଭ ମେଳାରେ ଯୋଗ ଦେଇ ଆଜି ପବିତ୍ର ମକର ସଂକ୍ରାନ୍ତିିି ଅବସରରେ ପବିତ୍ର ସ୍ନାନ କରିଛନ୍ତି। ତେବେ ସାଧୁସନ୍ଥମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ତମ୍ବୁରେ ଆଜି ଆକସ୍ମିିକ ନିଆଁ ଲାଗିବା ଫଳରେ ସେଠରେ ଲୋକମାନଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। ଖବରପାଇ ୧୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପ୍ରାୟଗରାଜରେ ଦିଗମ୍ବର ଆଖଡ଼ା ପାଇଁ ପ୍ରସ୍ତୁତ କରାଯାଇଥିବା ୧୨ଟି ତମ୍ବୁରେ ହଠାତ ନିଆଁ ଲାଗିଯାଇଥିଲା। ରୋଷେଇ ପାଇ ରଖାଯାଇଥିିବା ଗ୍ୟାସ ଟାଙ୍କି ଲିକ୍‌ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ନିଆଁ ଲାଗିବା ମାତ୍ର ଅନ୍ୟ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତେବେ କୁମ୍ଭମେଳା ଦାୟିତ୍ୱରେ ଥିବା ଅଧିକାରୀ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଦମକଳ ସହିତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିିବାର ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର