ଦିଲ୍ଲୀରେ ଅଗ୍ନିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଦିଲ୍ଲୀର କରୋଲ୍‌ ବାଗ୍‌ ସ୍ଥିତ ବିଦୋନପୁରା ଅଞ୍ଚଳରେ ଏକ ଫ୍ୟାକ୍ଟ୍ରି‌ରେ ଅଗ୍ନିକାଣ୍ଡ ‌ହୋଇ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ଆଜି ଅପରାହ୍ନ ୧୨.୨୩ ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ଜଣାଯାଇଛି ଯେ ପୋଷାକ ଲଣ୍ଡ୍ରି ପାଇଁ ବ୍ୟବହୃତ ହେଉଥିବା ଏକ ଷ୍ଟିମ୍‌ ଆଇରନ ସଂସ୍ପର୍ଷରେ ଆସି ଏହି ଅଗ୍ନିକାଣ୍ଡ ହୋଇଛି। ସୂଚନାନୁଯାୟୀ ଅଗ୍ନିକାଣ୍ଡ ହେବାଦ୍ବାରା ଜଣେ ପୃଥୁଳ ବ୍ୟକ୍ତି କବାଟ ପାଖରେ ବସିଥିବାବେଳେ ସେ ପ୍ରଥମେ ପ୍ରସ୍ଥାନ କବାଟ ଦେଇ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ କବାଟ ପାଖରେ ଫସି ଯାଇଥ‌ିଲେ। ଏହା ଫଳରେ ଅନ୍ୟମାନେ ମଧ୍ୟ ଆଉ ବାହାରକୁ ବାହାରି ପାରିଲେନି। ଏହାଦ୍ବାରା ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର