ମଥୁରାରେ ଖୋଲିଲା ହାତୀଙ୍କ ଚିକିତ୍ସା ଲାଗି ଦେଶର ପ୍ରଥମ ହସ୍ପିଟାଲ

ମଥୁରା : ଉତ୍ତର ପ୍ରଦେଶର ମଥୁରାରେ ଖୋଲିଲା ଦେଶର ପ୍ରଥମ ହାତୀ ହସ୍ପିଟାଲ । ଡିଜିଟାଲ ଏକ୍ସରେ ଓ ଥର୍ମାଲ ଇମେଜିଂ ପରି ଏହି ହସ୍ପିଟାଲରେ ହାତୀଙ୍କୁ ଦିଆଯିବ ଅତ୍ୟାଧୁନିକ ଚିକିତ୍ସା ସୁବିଧା । ଦେଶରେ ହାତୀମୃତ୍ୟୁ ବୃଦ୍ଧି ପାଉଥିବା ବେଳେ ଉତ୍ତର ପ୍ରଦେଶ ବନବିଭାଗର ନିଆରା ଉଦ୍ୟମକୁ ଚାରିଆଡୁ ପ୍ରଶଂସା ଆସିବାରେ ଲାଗିଛି । ଆଗ୍ରା ବନ ଉପଖଣ୍ଡ ଅଧୀନରେ ଏହି ହସ୍ପିଟାଲ ରହିଛି । ଆହତ କିମ୍ବା ରୋଗଗ୍ରସ୍ତ ହାତୀଙ୍କୁ ଏହି ଡାକ୍ତରଖାନାରେ ଚିକିତ୍ସା କରାଯିବ।

ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ଭାରତରେ ହାତୀଙ୍କୁ ବିଶେଷ ମର୍ଯ୍ୟାଦା ଦିଆଯାଉଥିବା ବେଳେ ହାତୀମୃତ୍ୟୁ ବଢ଼ିବାରେ ଲାଗିଛି । ଏ ଦିଗରେ ଏହି ହାତୀ ହସ୍ପିଟାଲ ବିଶେଷ ଭାବେ ସହାୟକ ହେବା କୁହାଯାଉଛି । ତେବେ ଅନେକ ସମୟରେ ଦେଖାଯାଉଛି ଯେ, ହାତୀମାନେ ଅନେକ ସମୟରେ ବିଭିନ୍ନ କାରଣରୁ ପ୍ରାଣ ହରାଉଛନ୍ତି । ତେଣୁ ତାହାକୁ ହ୍ରାସ କରିବା ପାଇଁ ବନ ବିଭାଗର ଏପରି ପରିକଳ୍ପନାକୁ ସ୍ୱାଗତ କରାଯାଉଛି ।

ସମ୍ବନ୍ଧିତ ଖବର