କ୍ରାନ୍ତୀୟ ଅଞ୍ଚଳରେ ଜନ୍ମିତ ପ୍ରଥମ ମେରୁଭାଲୁର ସିଙ୍ଗାପୁର ଚିଡ଼ିଆଖାନାରେ ମୃତ୍ୟୁ

ସିଙ୍ଗାପୁର: କ୍ରାନ୍ତୀୟ ଦ୍ୱୀପ ସହର ସିଙ୍ଗାପୁରରେ ଜନ୍ମିତ ପ୍ରଥମ ମେରୁଭାଲୁର ବୁଧବାର ଦିନ ୨୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ସେ ଗତ ପାଞ୍ଚ ବର୍ଷ ହେବ ବଞ୍ଚିଥିଲା।

ଇନୁକା ନାମକ ସେ ଭାଲୁ ଠାରେ ଗଣ୍ଠିବାତ, ଦାନ୍ତରୋଗ, କାନପଚା ଏବଂ ଦେହରେ ଶିଉଳି ଚରିବା ଆଦି ବେମାର ଦେଖା ଦେଇଥିଲା।
ସିଙ୍ଗାପୁର ଓ୍ଵାଇଲ୍‌ଡ୍‌ ଲାଇଫ୍‌ ରିଜର୍ଭସ୍‌ର ଚିଡ଼ିଆଖାନା ପରିଚାଳନା ଅଧିକାରୀ ଚେଙ୍ଗ୍‌ େଓ୍ଵନ୍‌-ହର୍‌ କହନ୍ତି: ଯେତେ ଦିନ ସମ୍ଭବ ଆମେ ଇନୁକାକୁ ସାଙ୍ଗରେ ରଖିଲୁ। ତା’ର ମଙ୍ଗଳ ଆମର ଏକମାତ୍ର ଉଦ୍ଦେଶ୍ୟ। ସବୁଠୁ ବଡ଼ ଦୟା ହେଲା ତାକୁ ଦୁର୍ଦ୍ଦଶା ଭୋଗିବାରୁ ମୁକ୍ତ କରିବା।

ଭାଲୁ ଜୀବନର ୨୭ ବର୍ଷ ମଣିଷ ଜୀବନର ୭୦ ବର୍ଷ ସହ ସମକକ୍ଷ। ତେଣୁ ସେ ବଡ଼ ଅସୁସ୍ଥ ହୋଇ ପଡ଼ିଥିଲା।

୧୯୭୮ରେ କାନାଡ଼ାରୁ ଜର୍ମାନ ଅଣାଯାଇଥିବା ନାନୁକ ଓ ଶେବାଙ୍କ ମିଳନରୁ ଇନୁକା ୧୯୯୦ ମସିହା ବକ୍‌ସିଙ୍ଗ୍‌ ଡେ’ ଦିନ ଜନ୍ମ ଗ୍ରହଣ କରିଥିଲା।

ତା’ର ବାପ ନାନୁକ୍‌ ୧୮ ବର୍ଷ ବୟସରେ ୧୯୯୫ରେ ମରିଥିଲେ ଏବଂ ମାଆ ଶେବା ୩୫ ବର୍ଷ ବୟସରେ ୨୦୧୨ରେ ମରିଥିଲା।
୨୦୦୪ରେ ଇନୁକା ଏବଂ ତା’ ମାଆର ରଙ୍ଗ ସବୁଜିଆ ହୋଇ ଆସିବାରୁ ମେରୁଭାଲୁଙ୍କୁ କ୍ରାନ୍ତୀୟ ଅଞ୍ଚଳ ରଖାଯିବା ସଂକ୍ରାନ୍ତରେ ନୈତିକତାର ପ୍ରଶ୍ନ ଉଠିଥିଲା।

୨୦୦୪ରେ ସେମାନଙ୍କୁ ସିଙ୍ଗାପୁର ଚିଡ଼ିଆଖାନାରେ ହାଇଡ୍ରୋଜେନ୍‌ ପରୋକ୍ସାଇଡ୍‌ରେ ଗାଧୋଇ ଦିଆଯାଇଥିଲା ବୋଲି ବିବିସି କହିଛି।

ସମ୍ବନ୍ଧିତ ଖବର