ଦକ୍ଷିଣ ଭାରତରେ ପ୍ରଥମ ସତ୍‌ସଙ୍ଗ ଉପଯୋଜନା କେନ୍ଦ୍ର ଉଦ୍‌ଘାଟିତ

ବେଙ୍ଗାଲୁରୁ : ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଭାବାଦର୍ଶ କେବଳ ପୂର୍ବ ଭାରତରେ ସୀମିତ ହୋଇ ରହିନାହିଁ। ଦେଶର ବିଭିନ୍ନ ପ୍ରାନ୍ତରେ ଏବଂ ଭାରତ ବାହାରେ ମଧ୍ୟ ବହୁଳ ଭାବରେ ପ୍ରଚାର ପ୍ରସାର ହେବାରେ ଲାଗିଛି। ସତ୍‌ସଙ୍ଗର ମୁଖ୍ୟ ପ୍ରଶାସକ ପୂଜ୍ୟପାଦ ବାବାଇଦାଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶରେ ସତସଙ୍ଗ ଉପଯୋଜନା କେନ୍ଦ୍ରମାନ ଗ୍ରାମ ଓ ସହରରେ ସ୍ଥାପନ କରାଯାଉଛି। ଏହି କ୍ରମରେଦକ୍ଷିଣ ଭାରତର କର୍ଣ୍ଣାଟକ ପ୍ରଦେଶରେ ପ୍ରଥମ ସତ୍‌ସଙ୍ଗ ଉପଯୋଜନା କେନ୍ଦ୍ର ବେଙ୍ଗାଲୁରୁ ସହରର ମାରାଥଲି ଅଞ୍ଚଳରେ ଯୁବ ଗୁରୁଭାଇଙ୍କ ଉଦ୍ୟମରେ ଉଦ୍‌ଘାଟିତ ହୋଇଛି।

ଏଥିରେ ଓ୍ଵିପ୍ରୋ କମ୍ପାନିର ଏଲ ଆଣ୍ଡ ଡି ଡିଭିଜନର ଗ୍ଲୋବାଲ ହେଡ୍‌ ଶ୍ରୀ ସୂର୍ଯ୍ୟ ପ୍ରକାଶ ମହାପାତ୍ର ଯୋଗଦେଇ ଅଞ୍ଚଳର ପ୍ରତ୍ୟେକଙ୍କୁ ଇଷ୍ଟଭୃତି ନିବେଦନ କରି ପ୍ରତି ୩୦ ଦିନରେ ସତସଙ୍ଗ ଉପଯୋଜନା କେନ୍ଦ୍ରରେ ଜମାଦେଇ ଇଷ୍ଟଙ୍କ ନିକଟକୁ ପ୍ରେରଣ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ମାରାଥଲି ଅଞ୍ଚଳର ଗୁରୁଭାଇ ସର୍ବଶ୍ରୀ ଗୋପାଳ ବାଗଚୀ, ତାପସ ଦେ, ନିର୍ମଳେନ୍ଦୁ ପ୍ରଧାନ, ପ୍ରଦୀପ ବାଗଚୀ, ମାନସ ପାଲ, ରବିନାରାୟଣ ଦାସ, ବିଭୁକିଙ୍କର ବେହେରା, ରବୀନ୍ଦ୍ର ଦାସ, ଅର୍ଚ୍ଚିତ ଶର୍ମା, ତପନ ସାହୁ, ସୁଦୀପ୍ତ ସେଠୀ, ଶିବସୁନ୍ଦର ନାୟକ, ମନୀନ୍ଦ୍ର ଭଞ୍ଜ, ଆଶୁତୋଷ ସାହୁ, ଦୀପକ ବେହେରା, ରମେଶ ସାହୁ ଓ ଭବତୋଷ ଦତ୍ତ ପ୍ରମୁଖ ଯୋଗଦେଇଥିଲେ।

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମାରାଥଲି ଅଞ୍ଚଳର ଗୁରୁଭାଇମାନଙ୍କ ମିଳିତ ଉଦ୍ୟମରେ ଆସନ୍ତା ଜୁନ ମାସ ୨୪ ତାରିଖରେ ୭ମ ବାର୍ଷିକ ସତସଙ୍ଗ ଉତ୍ସବ ଆୟୋଜିତ ହେବ। ଏହି ଉତ୍ସବ ଦିନବ୍ୟାପି ପାଳନ ହେବାକୁ ଯାଉଛି। ଏଥିରେ ହଜାର ହଜାର ସଂଖ୍ୟାରେ ବାଙ୍ଗାଲୋରର ପ୍ରତି କୋଣରୁ ଗୁରୁଭାଇ ଓ ମାଆମାନେ ଏବଂ ସ୍ଥାନୀୟ ଲୋକମାନେ ଯୋଗଦେବାର ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର