ଜାଣନ୍ତୁ ଭୋଟିଂ ପୂର୍ବରୁ କିଏ ଦେଲା ଲୋକସଭା ନିର୍ବାଚନ-୨୦୧୯ ପାଇଁ ପ୍ରଥମ ଭୋଟ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଶନିବାର ଆଇଟିବିପି ସର୍ଭିସ୍‌ ଭୋଟର୍ସ ଆଧାରରେ ପ୍ରଥମ ମତଦାନ କରାଯାଇଛି। ଭାରତ ତିବ୍ଦତ ସୀମା ପୁଲିସ ଅର୍ଥାତ ଆଇଟିବିପିର ଯବାନଙ୍କ ପାଇଁ ସର୍ଭିସ୍‌ ଭୋଟିଂ ଜରିଆରେ ମତଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଆଜି ଅରୁଣାଚଳ ପ୍ରଦେଶର ଆଇଟିବିପିର ଏନିମଲ ଟ୍ରାନ୍ସପୋର୍ଟ ସ୍କୁଲ ସଂସ୍ଥାର କର୍ମଚାରୀ ଲୋକସଭା ନିର୍ବାଚନ-୨୦୧୯ ପାଇଁ ସିକ୍ରେଟ ପୋଷ୍ଟଲ ବାଲୋଟ ମାଧ୍ୟମରେ ମତଦାନ କରିଛନ୍ତି। ସଂସ୍ଥାର ଉପମହାନିରୀକ୍ଷକ ସୁଧାକର ନଟରାଜନ ପୋଷ୍ଟଲ ବାଲୋଟ ଜରିଆରେ ଲୋକସଭା ନିର୍ବାଚନ-୨୦୧୯ ପାଇଁ ପ୍ରଥମ ଭୋଟ ଦେଇଛନ୍ତି।

zeenews

ସାଧାରଣ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ବ୍ୟାପକସ୍ତରରେ ସର୍ଭିସ୍‌ ଭୋଟଙ୍କ ଭୋଟିଂ ପାଇଁ ବିଶେଷ ଅଭିଯାନର ଆୟୋଜନ କରିଥିଲେ। ଯେଉଁଥିରେ ଇଲେକ୍ଟ୍ରୋନିକ ଓ ପରମ୍ପରାଗତ ମିଡିଆକୁ ଭରପୂର ଭାବେ ବ୍ୟବହାର କରାଯାଇଥିଲା।

ଏହି ସମସ୍ତ ଭୋଟକୁ ଦେଶର ବିଭିନ୍ନ ଲୋକସଭା କ୍ଷେତ୍ରର ଅନେକ ରାଜ୍ୟକୁ ସ୍ପିଡ ପୋଷ୍ଟ ଜରିଆରେ ପଠାଯିବ ଓ ଭୋଟିଂ ଗଣତି ସମୟରେ ଏହି ଭୋଟକୁ ବି ଗଣତି କରାଯିବ। ଅନୁମାନ କରାଯାଉଛି କି, ଚଳିତ ବର୍ଷ ୩୦ଲକ୍ଷରୁ ଅଧିକ ସର୍ଭିସ୍‌ ଭୋଟର୍ସ ପୋଷ୍ଟଲ ବେଲଟ ମାଧ୍ୟମରେ ଭୋଟ ଦେଇ ପାରନ୍ତି। ଯାହାକି ଏକ ରେକର୍ଡ ହେବ।

zeenews

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛି ଯେ, ସୁପ୍ରିମକୋର୍ଟ ସାଂସଦ ରାଜୀବ ଚନ୍ଦ୍ରଶେଖରଙ୍କ ଆବେଦନର ଶୁଣାଣି କରି ନିକଟରେ ସେନା କର୍ମଚାରୀଙ୍କ ଭୋଟଦାନ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ କୋର୍ଟ ସେନାଙ୍କୁ ଦେଶର ସେହି ଅଞ୍ଚଳରେ ଭୋଟ ଦେବାର ଅଧିକାର ଅଛି ଯେଉଁ ସ୍ଥାନରେ ତାଙ୍କୁ ନିୟୋଜିତ କରାଯାଇଛି। ଫଳରେ ଏଯାବତ୍‌ ସେନା ପୋଷ୍ଟଲ ବାଲୋଟ ଜରିଆରେ ଭୋଟ ଦେଉଥିଲେ। କୋର୍ଟର ଏହି ନିଷ୍ପତ୍ତି ପରେ ସେନା ଏବେ ସାଧାରଣ ଭୋଟରଙ୍କ ଭଳି ଭୋଟ ଦେଇପାରିବେ।

ସମ୍ବନ୍ଧିତ ଖବର