ଚାଳକ ଓ ମହିଳା ଯାତ୍ରୀଙ୍କ ମୁଥ ମରାମରିରେ ନଦୀ ଭିତରେ ଖସିପଡ଼ିଲା ବସ୍‌; ଚାଲିଗଲା ୧୩ ଜୀବନ

ବେଜିଂ: ଚୀନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ଜଣେ ମହିଳା ଯାତ୍ରୀ ଓ ବସ୍‌ ଚାଳକଙ୍କ ମଧ୍ୟରେ ମୁଥ ମରାମରି ହେବା ଫଳରେ ବସ୍‌ଟି ପାଣିରେ ଖସି ପଡ଼ିଛି। ଦକ୍ଷିଣ-ପଶ୍ଚିମ ଚୀନର ଏକ ପୋଲ ଉପରୁ ବସ୍‌ଟି ନଦୀ ଭିତରକୁ ଖସିପଡ଼ିବାରୁ ୧୩ ଜଣଙ୍କର ଜୀବନ ଯାଇଥିବା ଶୁକ୍ରବାର ପୁଲିସ୍‌ ସୂଚନା ଦେଇଛି।

ବସ୍‌ଟି ଚୀନର ଚଙ୍ଗ୍‌କୁଇଙ୍ଗ୍‌ ସହରରେ ଥିବା ଲମ୍ବା ନଦୀ ୟଙ୍ଗ୍‌ତେଜ୍‌ର ପୋଲ ଉପରୁ ରବିବାର ପ୍ରାୟ ୫୦ ମିଟର ଉଚ୍ଚତାରୁ ଖସି ପଡ଼ିବାରୁ ଏପରି ଅପ୍ରୀତିକର ପରିସ୍ଥିତି ଘଟିଛି। ଚଙ୍ଗ୍‌କୁଇଙ୍ଗ୍‌ ମୁନିସିପାଲ୍‌ଟି ଉଦ୍ଧାର କାର୍ଯ୍ୟ କରିବାରୁ ନଦୀ ଭିତରୁ୧୩ଟି ମୃତଦେହ ଉଦ୍ଧାର ହୋଇଛି। ସମସ୍ତ ମୃତକଙ୍କ ପରିଚୟ ହସ୍ତଗତ ହୋଇଛି। ଦୁଇ ଜଣ ଯାତ୍ରୀଙ୍କର ଏଯାବତ୍‌ କୌଣସି ସୂଚନା ମିଳିନାହିଁ ବୋଲି ଖବର ରହିଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ୪୮ ବର୍ଷୀୟା ମହିଳା ଯାତ୍ରୀ ଏକ ବସ୍‌ ଷ୍ଟପ୍‌ରେ ଅଟକିବାକୁ ଚାହିଁଥିଲେ। ମାତ୍ର ୪୨ ବର୍ଷିଅ ଚାଳକ ତାଙ୍କୁ ପୂର୍ବ ଷ୍ଟପ୍‌ରେ ଓହ୍ଲେଇ ଯିବାକୁ କହିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଯୁକ୍ତିତର୍କ ବଢ଼ିବାରୁ ଦୁହେଁ ମୁଥ ମରାମରି ହୋଇଥିଲେ। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲା।

ସମ୍ବନ୍ଧିତ ଖବର