ପାକିସ୍ଥାନୀ ଆତଙ୍କବାଦୀ ହାଞ୍ଜଲାଙ୍କୁ ପୁଲିସ କବଳରୁ ଖସାଇ ନେଇଥିବା ୫ ଦୁର୍ବୃତ୍ତ ଗିରଫ

ଶ୍ରୀନଗର : ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ଅବ୍ଦୁ ହାଞ୍ଜଲାକୁ ପୁଲିସ କବଳରୁ ପଳାୟନ ପାଇଁ ସାହାଯ୍ୟ କରିଥିବା ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ୍‌। ମଙ୍ଗଳବାର ପାକିସ୍ତାନି ଆତଙ୍କବାଦୀ ଅବ୍ଦୁ ହଞ୍ଜଲା ଓରଫ ନାବିଦ୍‌ ଜଟ୍‌ଙ୍କୁ ଶ୍ରୀନଗରସ୍ଥିତ ମହାରାଜା ହରି ସିଂ ହସ୍ପିଟାଲକୁ ଅଣା ଯାଉଥିବା ବେଳେ ଏହି ୫ ଜଣ ବ୍ୟକ୍ତି ପୁଲିସକୁ ଆକ୍ରମଣ କରିବା ସହ ତାଙ୍କୁ ଖସାଇ ନେଇଥିଲେ ।

ଏଥିରେ ଦୁଇଜଣ ପୁଲିସ କର୍ମଚାରୀ ସହିଦ୍‌ ମଧ୍ୟ ହୋଇଥିଲେ । ଏହି ଘଟଣା ଘଟିବା ପରେ ୫ଜଣଙ୍କୁ ଖୋଜିବା ପାଇଁ ପୁଲିସ ଚାରିଆଡ଼େ ନାକାବନ୍ଦି କରିବା ସହ ଦକ୍ଷିଣ କାଶ୍ମୀରର ପୁଲ୍‌ବାମାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲେ । ସାଧାରଣ ଲୋକେ ବାହାରକୁ ନ ବାହାରିବା ପାଇଁ ଚେତାବନୀ ଦିଆଯିବା ସହ ୫ ଜଣଙ୍କୁ ଖୋଜିବାରେ ଲାଗି ପଡ଼ିଥିଲା ପୁଲିସ ।

newindianexpress.com

ସୂଚନା ଅନୁଯାୟୀ, ଡ଼ାକ୍ତରୀ ପରୀକ୍ଷା ପାଇଁ ହାଞ୍ଜଲାଙ୍କୁ ହସ୍ପିଟାଲ ଅଣା ଯାଉଥିବା ବେଳେ ହସ୍ପିଟାଲ ପାଖରେ ତାଙ୍କର ସାଥୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ଦୁଇ ପକ୍ଷରୁ ଗୁଳି ଚାଳନା ବେଳେ ପୁଲିସ ଏସ୍କର୍ଟ ଟିମ୍‌ର ଦୁଇ ଅଧିକାରୀ ସହିଦ୍‌ ହୋଇ ଯାଇଥିଲେ । ପୁଲିସ କବଳରୁ ହାଞ୍ଜଲା ଖସିଯିବା ପରେ ରାତି ଭିତରେ ପୁଲ୍‌ବାମାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର