ପରିବାରର ୫ ଜଣଙ୍କ ରହସ୍ୟଜନକ ମୃତ୍ୟୁ :ଫ୍ରିଜ୍‌ ଓ ସୁଟ୍‌କେସ୍‌ରୁ ମିଳିଲା ଶବ

ଆହ୍ଲାବାଦ୍‌: ଆହ୍ଲାବାଦ୍‌ରେ ଆଜି ଗୋଟିଏ ପରିବାରର ୫ ଜଣଙ୍କ ରହସ୍ୟଜନକ ମୃତ୍ୟୁ ହୋଇଯାଇଛି। ପରିବାରର ଏକମାତ୍ର ପୁରୁଷ ସିଲିଂ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀଙ୍କ ମୃତଦେହ ଫ୍ରିଜ୍‌ରୁ ମିଳିଥିବା ବେଳେ ଦୁଇ ଝିଅଙ୍କ ମୃତଦେହ ସୁଟ୍‌କେସ୍‌ ଏବଂ ଆଲମିରାରୁ ମିଳିଛି। ଆଉ ଜଣେ ଝିଅର ମୃତଦେହ ଅନ୍ୟ ଏକ ବନ୍ଦ ଘରୁ ମିଳିଥିଲା। ପୁଲିସ ସନ୍ଦେହ କରୁଛି ଯେ ମନୋଜ କୁଶଓ୍ଵାଲ୍‌ ନାମକ ପରିବାରର ଏକମାତ୍ର ପୁରୁଷ ପ୍ରଥମେ ତାଙ୍କ ପତ୍ନୀ ଏବଂ ୩ ଝିଅଙ୍କୁ ହତ୍ୟା କରିବା ପରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର